Thursday, October 15, 2026
Home ଅପରାଧ କନ୍ଧମାଳ ଜିଲ୍ଲା: ୩ଜଣ ଗଞ୍ଜେଇ ମାଫିଆ ସହିତ ବୋଲେରୋ ଜବତ

କନ୍ଧମାଳ ଜିଲ୍ଲା: ୩ଜଣ ଗଞ୍ଜେଇ ମାଫିଆ ସହିତ ବୋଲେରୋ ଜବତ

125

କନ୍ଧମାଳ,୧୧-୧୧-୨୦୨୦ ( ଜିଲ୍ଲା ଖବର): ଫିରିଙ୍ଗିଆ ଥାନା ଅଂଚଳରେ ପେଟ୍ରୋଲିଙ୍ଗ ଚାଲିଥିବା ସମୟରେ ଏକ ବୋଲେରୋ ଗାଡ଼ିରୁ 21 କିଲୋ 200 ଗ୍ରାମ ଗଞ୍ଜେଇ ବାହାରି ଥିଲା | ଗାଡି ର ନମ୍ବର OD 05 J 6932 ଥିବା ଜଣା ପଡିଛି | ଗାଡ଼ି କୁ ଜବତ କରିବା ସହିତ 3 ଜଣକୁ ଗିରଫ କରିଛନ୍ତି | ଗିରଫ 3 ଜଣ ହେଲେ ଲିପୁନ ଦଳବେହେରା, ଶରତ ବେହେରା, ଓ ଭରତ କହଁର ଏମାନଙ୍କ ନାମରେ 99/20 ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି | ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ୟାମ ସୁନ୍ଦର ରାଓ ଏହାର ଦାଇତ୍ୱ ନେଇଛନ୍ତି |
ସୁକାନ୍ତ କୁମାର ତ୍ରିପାଠୀ, ସମ୍ବାଦଦାତା, କନ୍ଧମାଳ