Home ଅପରାଧ କନ୍ଧମାଳ ଜିଲ୍ଲା: ୩ ଜଣ ଗଞ୍ଜେଇ ମାଫିଆ ସହିତ ବୋଲେରୋ ଜବତ

କନ୍ଧମାଳ ଜିଲ୍ଲା: ୩ ଜଣ ଗଞ୍ଜେଇ ମାଫିଆ ସହିତ ବୋଲେରୋ ଜବତ

12

ବାଲିଗୁଡା,୧୧-୧୧-୨୦ (ଜିଲ୍ଲା ଖବର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଂଚଳରେ ପେଟ୍ରୋଲିଙ୍ଗ ଚାଲିଥିବା ସମୟରେ ଏକ ବୋଲେରୋ ଗାଡ଼ିରୁ ୨୧ କିଲୋ ୨୦୦ ଗ୍ରାମ ଗଞ୍ଜେଇ ବାହାରି ଥିଲା | ଗାଡି ର ନମ୍ବର OD ୦୫ J ୬୯୩୨ ଥିବା ଜଣା ପଡିଛି | ଗାଡ଼ି କୁ ଜବତ କରିବା ସହିତ ୩ ଜଣକୁ ଗିରଫ କରିଛନ୍ତି | ଗିରଫ 3 ଜଣ ହେଲେ ଲିପୁନ ଦଳବେହେରା, ଶରତ ବେହେରା, ଓ ଭରତ କହଁର ଏମାନଙ୍କ ନାମରେ ୯୯/୨୦ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି | ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ୟାମ ସୁନ୍ଦର ରାଓ ଏହାର ଦାଇତ୍ୱ ନେଇଛନ୍ତି |
ସୁକାନ୍ତ କୁମାର ତ୍ରିପାଠୀ, ସମ୍ବାଦଦାତା, କନ୍ଧମାଳ