Monday, October 12, 2026
Home ଆଞ୍ଚଳିକ ପବ୍ଲିକ ରାଇଟ୍ସ ଆସୋସିଏସନ ପକ୍ଷରୁ କୋଭିଡ ସଚେତନତା କାର୍ଯ୍ୟକ୍ରମ

ପବ୍ଲିକ ରାଇଟ୍ସ ଆସୋସିଏସନ ପକ୍ଷରୁ କୋଭିଡ ସଚେତନତା କାର୍ଯ୍ୟକ୍ରମ

17

ଗଞ୍ଜାମ, ୧୦-୧୧-୨୦୨୦ (ଜିଲ୍ଲା ଖବର): କାର୍ତ୍ତିକ ମାସ ଯୋଗୁଁ ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଗଂଜାମ ବ୍ଲକ ପବ୍ଲିକ ରାଇଟ୍ସ ଆସୋସିଏସନ ପକ୍ଷରୁ ମହାଦେବ ମନ୍ଦିର ମାନଙ୍କରେ କୋଭିଡ ସଚେତନତା ବାର୍ତ୍ତା ବାଣ୍ଟିଥିଲେ ଅନୁଷ୍ଠାନର ସଦସ୍ୟ ଓ ସଦସ୍ୟା ମାନେ। କୋରୋନା ଦ୍ୱିତୀୟ ଲହର ସମ୍ଭାବନା ରହିଠାରୁ କରୋନା କୁ ପ୍ରତିରୋଧ କରିବାକୁ ହେଲେ ସାମାଜିକ ଦୂରତା ରକ୍ଷାକରିବା, ମାକ୍ସ ବ୍ୟବହାର ଓ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ବଦେବାକୁ ସଚେତନତା କରାଯାଇଥିଲା। ନଗର ଆର.ଟି.ଆଇ. ସେଲ ସଭାପତି ସୁଦର୍ଶନ ପାଢ଼ୀଙ୍କ ତତ୍ୱାବଧାନରେ ପୁଇଁତୋଳା ଗ୍ରାମର ଅନୁଷ୍ଠାନ ର ସଦସ୍ୟା ସୁସ୍ମିତା ରଣା, ରୁମିତା ବାରିକି, ବିପିନା ବାରିକି, ସରସ୍ୱତୀ ପ୍ରଧାନ, ସସ୍ମିତା ବିଶ୍ୱାଳ ପ୍ରମୁଖ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଥିଲେ।

ପ୍ରଦୀପ କୁମାର ସାହୁ, ସମ୍ବାଦଦାତା, ଗଞ୍ଜାମ