
ଗଞ୍ଜାମ, ୧୦-୧୧-୨୦୨୦ (ଜିଲ୍ଲା ଖବର): ଶିକ୍ଷକ ଶବ୍ଦ ଟି ଶୁଣିଲେ ସମସ୍ତ ଙ୍କ ମନରେ ନମନ କରିବାକୁ ଇଚ୍ଛା ଜାଗ୍ରତ ହୁଏ। ଶିକ୍ଷକ ତାଙ୍କ ଚାକିରୀ କାଳ ମଧ୍ୟରେ ଅନେକ ବିଦ୍ୟାର୍ଥୀ ମାନଙ୍କୁ ସୁନାଗରିକଭାବେ ଓ ଚରିତ୍ର ଗଠନ କରିବାରେ ଶୁଭ ଦେଇଥାନ୍ତି। ହେଲେ ବେଳେ ବେଳେ ସେହି ପବିତ୍ର ଶିକ୍ଷକ ପରି ସୁନାମ ପଦବୀ ଟିରେ କଳଙ୍କ ଲଗାଇ କଳୁଷିତ କରିବା ଉଦାହରଣ ଦେଖିବାକୁ ମିଳେ। ଗଞ୍ଜାମ ସହର ସାନ ବଜାର ହରିଜନ ସାହିରେ ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ଉକ୍ତ ସାହିର ସନାତନ ଦାସ ନାମକ ଜୈନେକ ଶିକ୍ଷକ ଗଞ୍ଜାମ ବ୍ଲକ ର ଦାଣ୍ଡ ମୁକୁନ୍ଦ ପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ନିଜ ସାହିରେ ସନ୍ତୋଷି ଦାସ ନାମ୍ନୀ ନାମଙ୍କ ଜୈନେକ ମହିଳାଙ୍କୁ ଅସଦାଚାରକ କରି ୫ ଦିନ ଜେଲେ ଯାଇ ଫେରିବା ପରେ ପୁଣି ନିଜେ ଓ ଜିଜ ପରିବାର ବର୍ଗଙ୍କୁ ନେଇ ପୁଣି ମହିଳା ଜଣଙ୍କୁ ଗାଳି ଗୁଳଜ କରିବା ସହ ଧମକ ଚମକ ଦେବା ସହ ତାଙ୍କ ସ୍ୱାମୀଙ୍କୁ ଜୀବନର ମାରିଦେବାକୁ ଧମକ ଦେଉଥିବା ନେଇ ବ୍ଲକ ଅତିରିକ୍ତ ଶିକ୍ଷାଅଧିକାରୀ ବିଜୟ ଚନ୍ଦ୍ର ବେହେରାଙ୍କ ଠାରେ ଓ ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମହିଳା। ସୂଚନା ଥାଉକି ପିଡିତା ମହିଳା ଙ୍କ ସ୍ୱାମୀ ଘରେ ନଥିବାର ସୁଯୋଗ ନେଇ ଶିକ୍ଷକ ସନାତନ ମହିଳାଙ୍କୁ ଅସଦାଚାରଣ ନେଇ ଗତ ୧୫ ସେପ୍ଟେମ୍ବରରେ ଗଞ୍ଜାମ ଥାନାରେ ଅଭିଯୋଗ ହୋଇଥିଲା।ଅଭିଯୋଗକୁ ଭିତ୍ତିକରି ପୋଲିସ ୧୧୫/୨୦ ପ୍ରକାରେ ୟୁ/ଏସ.୪୫୨/୩୫୪/୩୫୪(ଏ)/(l) (ll)/୫୦୯/୫୦୬ ଆଇ.ପି.ସି. ଦାଫାରେ କେଶ ରୁଜୁ କରି, କୋର୍ଟ ଚାଲାଣ କରି ଶିକ୍ଷଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ୫ ଦିନ ପରେ ସର୍ତ୍ତ ମୂଳକ ଜାମିନ ରେ ଫେରିବା ପରେ ପୁଣି ଶିକ୍ଷକ ସନାତନ ସମେତ ସୁନା ଦାସ, ରିତା ଦାସ, ଜୟନ୍ତୀ ଦାସ, ସୁଗମା ଦାସ, ପ୍ରୀତି ଦାସ ମହିଳାଙ୍କ ଘର ନିକଟକୁ ଆସି ଗାଳିଗୁଲଜ କରିବା ସହ ଧମକ ଚମକ ଦେଉଥିବା ଅଭିଯୋଗ ହେଇଛି। ଅଭିଯୋଗ ପରେ ଶିକ୍ଷକ ସନାତନ ଙ୍କୁ ଚାକିରିରୁ ସସପେଣ୍ଡ କରାଯାଇଥିବା ଗଞ୍ଜାମ ବ୍ଲକ ଅତିରିକ୍ତ ଶିକ୍ଷାଅଧିକାରୀ ଶ୍ରୀ ବେହେରା କହିଛନ୍ତି।
ପ୍ରଦୀପ କୁମାର ସାହୁ, ସମ୍ବାଦଦାତା, ଗଞ୍ଜାମ



