Home ଅପରାଧ ଗ୍ରାସୀମ କମ୍ପାନୀ କର୍ତ୍ୟୁପକ୍ଷଙ୍କ ଦାଦାଗିରିରେ ଅତିଷ୍ଠ ହୋଇ ଧାରଣା ଦେଲେ ସହକାରୀ ପରିଚାଳକଙ୍କ ସହ ବୃଦ୍ଧ...

ଗ୍ରାସୀମ କମ୍ପାନୀ କର୍ତ୍ୟୁପକ୍ଷଙ୍କ ଦାଦାଗିରିରେ ଅତିଷ୍ଠ ହୋଇ ଧାରଣା ଦେଲେ ସହକାରୀ ପରିଚାଳକଙ୍କ ସହ ବୃଦ୍ଧ ଭିନ୍ନକ୍ଷମ ବାପା ଓ ମା

12

ଗଞ୍ଜାମ,୧୦-୨୦-୨୦୨୦ (ଜିଲ୍ଲା ଖବର): ଗଞ୍ଜାମ ସହର ସନ୍ନିକଟ ଗ୍ରାସୀମ କମ୍ପାନୀର ସହକାରୀ ପରିଚାଳକ (ଉତ୍ପାଦନ) ଆଲୋକ ଦୋରା ଙ୍କ ଠାରୁ କମ୍ପାନୀ କର୍ତ୍ତୃପକ୍ଷ ଜୋର ଜବରଦସ୍ତ ରେଜିଙ୍ଗନେସନ ଲିଖିତ ନେବା ସହ ତାଙ୍କୁ ଏଠାରୁ ଚାକିରୀ ଛାଡି ଯିବାକୁ କହିଲେ। ଫଳ ସ୍ୱରୂପ ସେ କମ୍ପାନୀ ଉଚ୍ଚ କର୍ତ୍ତୃପକ୍ଷ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ଯାହା ଫଳରେ ବାଧ୍ୟହୋଇ କମ୍ପାନୀର ପ୍ରଶାସନିକ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ରୋଗାଅଗ୍ରସ୍ତ ଥିବା ବାପା ଓ ମାଆଙ୍କୁ ନେଇ ମଙ୍ଗଳବାର ଦିନ ଧାରଣା ଦେଇଥିବା ଜଣା ପଡ଼ିଛି। ଏହି ଧାରଣାକୁ ସମର୍ଥନ କ୍ଷରି ଗଞ୍ଜାମ ବିଜେଡି ଓ ଭାଜପା ସମେତ ବହୁ ଯୁବକ ମଧ୍ୟ ସାମିଲ ହୋଇଥିଲେ।କମ୍ପାନୀ କର୍ତ୍ତୁପକ୍ଷର ଏହିଭଳି କାର୍ଯ୍ୟକୁ ସମସ୍ତେ ନିନ୍ଦା କରିଥିଲେ।ଏହି ଘଟଣା ର ସ୍ଥାୟୀ ସମାଧାନ ନହେଲେ ଏଭଳି ଧାରଣା ଚାଲୁ ରହିବା ନେଇ ସୂଚନା ମିଳିଛି। ପ୍ରକାଶ ଯୋଗ୍ୟ ଯେ ଆଲୋକ ଦୋରା ଗତ ୨୦୧୯ ମସିହା ସେପ୍ଟେମ୍ବର ମାସରେ ଗ୍ରାସୀମ କମ୍ପାନୀରେ ଉତ୍ପାଦନ ବିଭାଗର ସହପରିଚାଳକ ଭାବେ ନିଯୁକ୍ତି ପାଇଥିଲେ। ଚଳିତ ବର୍ଷ ଅଗଷ୍ଟ ମାସରେ କିଛିଦିନ ପାଇଁ ଛୁଟିରେ ଥିଲା ପରେ ଯେତେବେଳେ ସେ କାର୍ଯ୍ୟରେ ଯୋଗ ଦେବାପାଇଁ ଆସିଲେ ସେତେବେଳେ କୋଭିଡ-୧୯ ନିୟମ ଅନୁଯାୟୀ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା। ଏଥିରେ ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ କମ୍ପାନୀ କର୍ତ୍ତୁପକ୍ଷ ତାଙ୍କୁ କ୍ବାରେଣ୍ଟାଇନ ରେ ରହିବା ପାଇଁ ବାଧ୍ୟ କରିଥିଲେ। ଏ ନେଇ ସେ ଏନ.ଏ.ସି. କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରି କହିଥିଲେ। ଫଳରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପରାମର୍ଶକ୍ରମେ ତାଙ୍କ କର୍ମଚାରୀ ମାନେ କ୍ବାରେଣ୍ଟାଇନ ରେ ନରହିବା ନେଇ ଦୋରା ଙ୍କୁ କହିଥିଲେ। କିନ୍ତୁ କମ୍ପାନୀ କର୍ତ୍ତୁପକ୍ଷ ବାଧ୍ୟକଲେ କମ୍ପାନୀର ନିୟମ ଅନୁଯାୟୀ ଦୋରା କ୍ବାରେଣ୍ଟାଇନରେ ରହିବେ। ଏହାକୁ ନେଇ ଦୋରା କଣ ନିୟମ ହୋଇଛି କମ୍ପାନୀର ଜାଣିବା ପାଇଁ ଚାହିଁଲେ।ଯାହାକୁ ନେଇ କମ୍ପାନୀ କର୍ତ୍ୟୁପକ୍ଷ ଆକ୍ରୋସ ମାନଭାଵ ନେଇ ତାଙ୍କୁ ଡାକି ନେଇ ଜୋର ଜବରଦସ୍ତ ତୁମେ ଚାକିରିରୁ ଇସ୍ତଫା ଦିଅ କହିଥିଲେ। ତାଙ୍କ ମୋବାଇଲ ସେଟଟିକୁ ଛଡାଇ ନେଇଥିଲେ। ପରବର୍ତ୍ତୀ ସମୟରେ ଦୋରା କମ୍ପାନୀର ଉଚ୍ଚ କର୍ତ୍ତୁପକ୍ଷଙ୍କ ଦୃଷ୍ଟିକୁ ଏହି ସମସ୍ୟା ଆଣିଥିଲେ। ଏପରି କି ଗଞ୍ଜାମ ଜିଲ୍ଲାପାଳ, ଏସପି, ଏସ ଡ଼ି ପି ଓ ଥାନା ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ। ଫଳରେ ବାଧ୍ୟହୋଇ ମାନସିକ ସ୍ତରରେ ଭାଙ୍ଗିପଡିଥିଲେ। ଶେଷରେ ବୃଦ୍ଧ ଭିନ୍ନକ୍ଷମ ପିତା ରାମକୃଷ୍ଣ ଦୋରା ଓ ମାଆ ବିଦ୍ୟୁତପ୍ରଭା ଦୋରା ଙ୍କୁ ନେଇ ନିଜେ ଧାରଣାରେ ବସିଥିଲେ। ଏହି ଆନ୍ଦୋଳନ କୁ ସମର୍ଥନ ଜଣାଇ ବିଜୁଜନତା ଦଳର ଯୁବ ନେତା ସୁଧୀର କୁମାର ପାଢୀ, ଗୌରୀ ଶଙ୍କର ବାରିକି, ମନୋଜ ପ୍ରଧାନ,ଭାଜପା ପକ୍ଷରି ସୁଦାମ ଜେନା, ଭଗବାନ ପ୍ରଧାନ, ଭାଜପା ନେତା ପ୍ରଶାନ୍ତ କୁମାର କର ଙ୍କ ସହ ବହୁ ସ୍ୱେଚ୍ଛା ସେବୀ ଯୁବକ ମଧ୍ୟରେ ପ୍ରଫୁଲ୍ଲ ପାଢ଼ୀ, ମଦନ ପାଢ଼ୀ, ପର୍ଶୁରାମ ମହାଙ୍କୁଡ଼, ବିନୋଦ ମହାପାତ୍ର,ବୁଲୁ ରେଡି, ପ୍ରଭାତ ସାହୁ ସମେତ ସମିତିସଭ୍ୟ ସୁରଥ ପାହାନ ଓ ଅନ୍ୟ ନେତୃବୃନ୍ଦ ମଧ୍ୟ ସାମିଲ ହୋଇଥିଲେ।

ପ୍ରଦୀପ କୁମାର ସାହୁ, ସମ୍ବାଦଦାତା, ଗଞ୍ଜାମ