Friday, November 13, 2026
Home ଆଞ୍ଚଳିକ ଗଞ୍ଜାମ ଜ଼ିଲ୍ଲା: କେରାଣ୍ଡିତୋଳା ରେ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ଶିବିର ଅନୁଷ୍ଠିତ

ଗଞ୍ଜାମ ଜ଼ିଲ୍ଲା: କେରାଣ୍ଡିତୋଳା ରେ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ଶିବିର ଅନୁଷ୍ଠିତ

40
Photography by: Kamaraju Maharana

ଛତ୍ରପୁର,୧୦-୧୧-୨୦୨୦(ଜ଼ିଲ୍ଲା ଖବର): ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣ ପୁର ଗ୍ରାମରେ ବ୍ରହ୍ମପୁରର ଇକୋସ୍ ଚକ୍ଷୁ ଚିକିତ୍ସା ଅନୁଷ୍ଠାନ ଆନୁକୂଲ୍ୟରେ ଏବଂ ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ସହାୟତାରେ ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ।

ମୋଟରେ ୫୨ ଜଣ ରୋଗୀ ଙ୍କ ଚକ୍ଷୁ ପରୀକ୍ଷା କରାଯାଇ ସେମାନଙ୍କ ମଧ୍ୟରୁ ୧୧ଜଣଙ୍କ ପରଳ ଅସ୍ତ୍ରୋପଚାର କରିବା ପାଇଁ ଇକୋସ୍ ହସ୍ପିଟାଲକୁ ସ୍ବତନ୍ତ୍ର ଗାଡି ଦ୍ବାରା ସ୍ଥାନାନ୍ତରିତ କରାଯାଇଥିଲା ।ରୋଟାରୀ କ୍ଳବ ଇଷ୍ଟର ସଭାପତି ରଂଜିତ କୁମାର ପାତ୍ର ଓ ସମ୍ପାଦକ କାମରାଜୁ ମହାରଣା ଏହି ଶିବିରରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।କେ.ଟି.ଏନ୍.ପୁର ବରିଷ୍ଠ ନାଗରିକ ମଞ୍ଚ ସହଯୋଗରେ ପରିଚାଳିତ ଏଇ ଶିବିରରେ ସଭାପତି ନରହରି ପ୍ରଧାନ, ସଂପାଦକ ବାଉରିବନ୍ଧୁ ସାହୁ,କୋଷାଧ୍ୟକ୍ଷ ଜଟେଶ୍ବର ପ୍ରଧାନ, ଉପଦେଷ୍ଟା କୋରା ମହାରଣା ପ୍ରମୁଖ ଉପସ୍ଥିତ ରହି ଉପସ୍ଥିତ ଚକ୍ଷୁ ରୋଗୀଙ୍କୁ ଉତ୍ସାହିତ କରିଥିଲେ ।

ଦ୍ୱିତୀୟ ଥର ପାଇଁ ଗ୍ରାମରେ ରୋଟାରୀ କ୍ଳବ ଇଷ୍ଟ ତରଫରୁ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିବାରୁ ଗ୍ରାମ ତରଫରୁ କ୍ଳବ ର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।ଆଗାମୀ ଦିନରେ ଗ୍ରାମରେ ଏକ ସ୍ବାସ୍ଥ୍ୟ ଓ ରୋଗ ନିଦାନ ଶିବିର ଅନୁଷ୍ଠିତ ହେବ ବୋଲି ସଭାପତି ରଂଜିତ କୁମାର ପାତ୍ର ଗ୍ରାମ ବାସୀଙ୍କୁ ଅବଗତ କରାଇଥିଲେ ।