Thursday, October 15, 2026
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲା: ରେବୀଙ୍ଗିଆରେ ସଟ ସର୍କିଟ ରୁ ଭୟାନକ ଅଗ୍ନିକାଣ୍ଡ

କନ୍ଧମାଳ ଜିଲ୍ଲା: ରେବୀଙ୍ଗିଆରେ ସଟ ସର୍କିଟ ରୁ ଭୟାନକ ଅଗ୍ନିକାଣ୍ଡ

110

ବାଲିଗୁଡା,୧୦-୧୧-୨୦(ଜିଲ୍ଲା ଖବର): ରେବୀଙ୍ଗିଆ ପଂଚାୟତ ବଜାର ସାହିର ଅଜିତ ବେହେରା ଙ୍କ ଘରେ ଗତକାଲି ବିଳମ୍ବିତ ରାତି ରେ ଘରେ ସଟ ସର୍କିଟ ରୁ ନିଆଁ ଲାଗିଥିଲା l ଅଜିତ ଙ୍କ ଗୋଟିଏ ଘର ସମ୍ପୂର୍ଣ୍ଣ ଭାବେ ନିଆଁ ରେ ପୋଡି ହୋଇଯାଇଛି l ଅଗ୍ନିକାଣ୍ଡ ଏତେ ପ୍ରଖର ଥିଲା ଜେ ସ୍ଥାନୀୟ ଲୋକ ପହଂଚି ନିଆଁ କୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ନିଆଁ କୁ ଆୟତ୍ତ କରିବା ଅସମ୍ଭବ ହୋଇନଥିଲା | ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ପହଂଚିଲା ପରେ ନିଆଁ କୁ ଆୟତ୍ତ କରିଥିଲେ କିନ୍ତୁ ସୌଭାଗ୍ୟ ବଶତଃ ନିଆଁ ରୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ ପରିବାର ଲୋକ l ନିଆଁ ରେ ଘର ର ଆସବାବ ପତ୍ର ସହ ଧାନ, ଚାଉଳ, ଲୁଗାପଟା ସହ ବହୁ ଜିନିଷ ପୋଡି ନିଆଁ ରେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି l ଶୀତ ଆରମ୍ଭ ହୋଇ ଥିବାରୁ ବର୍ତମାନ ଅଜିତ ଙ୍କ ପରିବାର ଅସହାୟ ଅବସ୍ଥାର ପଡିଛନ୍ତି |
ସୁକାନ୍ତ କୁମାର ତ୍ରିପାଠୀ, ସମ୍ବାଦଦାତା, କନ୍ଧମାଳ