Home ଅପରାଧ ଖୋର୍ଦ୍ଧା ଜ଼ିଲ୍ଲା : ଡକାୟତି ଯୋଜନା : ବୋମା ଜବତ, ୪ ଗିରଫ

ଖୋର୍ଦ୍ଧା ଜ଼ିଲ୍ଲା : ଡକାୟତି ଯୋଜନା : ବୋମା ଜବତ, ୪ ଗିରଫ

27

ଜଟଣୀ,୧୦-୧୧-୨୦୨୦ (ଜ଼ୀଲ୍ଲା ଖବର): ଜଟଣୀ ଅଞ୍ଚଳରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ପୁଲିସ ଅପରାଧୁକ ଯୋଜନା କରୁଥିବା ୪ ଅପରାଧୀଙ୍କୁ ପୁଲିସ ଗିରଫ କରିବା ସହିତ ସେମାନଙ୍କଠାରୁ ଏକ ସ୍କୁଟି, ୨ଟି ଖଣ୍ଡା ଓ ହାତବୋମା ଜବତ କରିଛି ।

ଗିରଫ ଅଭିଯୁକ୍ତମାନେ ଜଟଣୀଥାନା ଅନ୍ତର୍ଗତ ନୂଆଗାଁ ବିଶ୍ବବଂଶି କଲୋନୀ ଅଞ୍ଚଳର କାହ୍ନା ଓରଫ ରଞ୍ଜନ କୁମାର ବାରିକ(୨୭), ରାଜାବଜାର ଗଜପତିନଗର ଅଞ୍ଚଳର ସୋମୁ ଓରଫ ସୋମନାଥ ରାଓ (୨୭), ବଡନୂଆଗାଁ ଦଳିତସାହିର ଦୀପକ ନାୟକ(୨୫) ଏବଂ ପୁରୀ ଜିଲା କଣାସ ଥାନା ଅନ୍ତର୍ଗତ ଧୂଆଁଳ ଗ୍ରାମର ତ୍ରିନାଥ ମଙ୍ଗରାଜ (୧୯) ବୋଲି ଜଣାପଡ଼ିଛି ।

ସମସ୍ତଙ୍କୁ ପୁଲିସ ଆଜି କୋର୍ଟ ଚାଲାଣ କରିଛି ।ପୁଲିସ ସୂଚନା ମୁତାବକ ଜଟଣୀଥାନା ଅନ୍ତର୍ଗତ ରେତଙ୍ଗ କଲୋନୀ ମଜୁରୀକୁଣ୍ଡ ଅଞ୍ଚଳରେ ଡକାୟତି କରିବା ଲାଗି ଯୋଜନା କରୁଥିଲେ ଏହି ସମୟରେ ଜଟଣୀ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ପୁଲିସ ହାବୁଡରେ ପଡିଯାଇଥିଲେ। ଘଟଣା ସ୍ଥଳରୁ ପୁଲିସ ଏମାନଙ୍କଠାରୁ ୨ଟି ଖଣ୍ଡା, ୨ଟି ହାତବୋମା, ଲଙ୍କାଗୁଣ୍ଡ ପ୍ୟାକେଟ, ଲୁହାରଡ ଏବଂ ଏକ ସ୍କୁଟି ଜବତ କରିବା ସହିତ ସମ୍ପୃକ୍ତ ୪ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଏନେଇ ଆଜି ଜଟଣୀଥାନା କେଶ ନଂ ୪୪୩/୨୦ରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ବୋଲି ପୁଲିସ କହିଛି । ସୁଚନା ଯୋଗ୍ୟ ଯେ, ବିଳମ୍ବିତ ରାତିରେ ଏହି ଅଭିଯୁକ୍ତମାନେ ଲୋକମାନଙ୍କୁ ଘରୁ ଲୁଟପାଟ କରିବା ସହିତ ବାଟରେ ଯାଉଥିବା ଲୋକମାନଙ୍କଠାରୁ ଛିନ୍‌ତାଇ କରିଥାନ୍ତି ବୋଲି ପୁଲିସ କହିଛି ।
ସଞ୍ଜୀବ କୁମାର, ସମ୍ବାଦଦାତା, ଖୋର୍ଦ୍ଧା ଜିଲ୍ଲା