
ଜଟଣୀ,୧୦-୧୧-୨୦୨୦ (ଜ଼ୀଲ୍ଲା ଖବର): ଜଟଣୀ ସବରେଜିଷ୍ଟର କାର୍ଯ୍ୟାଳୟରେ ନକଲି କାଗଜପତ୍ର ଦେଖାଇ ଜମି ଜାଲିଆତି କରି କୋଟି କୋଟି ଟଙ୍କା ହଡପ କରିଥିବା ନେଇ ଖବର ସାମ୍ମନାକୁ ଆସିଛି । ସବରେଜିଷ୍ଟର କାର୍ଯ୍ୟାଳୟରେ ନକଲି କାଗଜପତ୍ର ଦେଖାଇ ଏକ ଜମି କିଣାବିକା ଚାଲିଥିବା ବେଳେ ଜଟଣୀ ସବରେଜିଷ୍ଟର ସନ୍ଦେହ ହେବାରୁ । ପୁଲିସକୁ ସୂଚନା ଦିଆଯାଇଥିଲା । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ୪ଜଣ ଯୁବକଙ୍କୁ ଅଟକ ରଖିଥିବା ଜଣାପଡିଛି । ଜଟଣୀ ସବରେଜିଷ୍ଟର କାର୍ଯ୍ୟାଳୟର ଜଣେ କର୍ମଚାରୀ ନିଜ ନାମ ଗୋପନ ରଖୁବା ସର୍ତରେ କହିଥିଲେ ଯେ, ଏହି ଜମି ଦଲାଲ ଗୋଷ୍ଠୀମାନେ ପୂର୍ବରୁ ଅନେକଥର ଜାଲ କାଗଜପତ୍ର ଦେଖାଇ ଜଟଣୀ ସବରେଜିଷ୍ଟର ରେ ଜମିଜମI କିଣାବିକା କରିଥିବା ସନ୍ଦେହ ପ୍ରକଟ ହୋଇଥିଲା । ଜଟଣୀ ବ୍ଳକ ଅନ୍ତର୍ଗତ ପ୍ରଧାନସାହି ରାଜସ୍ବ ନୀରିକ୍ଷକ ଅଧୀନସ୍ଥ ବଳଭଦ୍ରପୁର ମୌଜାରେ କୋଟି କୋଟି ଟଙ୍କାର ଜମିଜାଲିଆତି ହୋଇଥିବା ନେଇ ସବରେଜିଷ୍ଟର କାର୍ଯ୍ୟାଳୟରୁ ସୂଚନା ମିଳିଥିଲା । ଏ ନେଇ ତଦନ୍ତ ହେବା ଆବଶ୍ୟକ ରହିଛି। ଯଦି ନିରପେକ୍ଷ ତଦନ୍ତ ହେବ ତାହେଲେ ଆହୁରୀ ଅନେକ ତଥ୍ୟ ପର୍ଦାଫାସ ହେବ ବୋଲି କହିଥିଲେ । ମଙ୍ଗଳବାର ଏନେଇ ତଦନ୍ତ ଆରମ୍ଭ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ଯଦି ସମସ୍ତ ନଥିପତ୍ରର ଉଚିତ ଯାଞ୍ଚ ହୋଇ ରେଜିଷ୍ଟ୍ରି କରାଯାଅନ୍ତା ତେବେ ଜାଲିଆତି ହେବାର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି ସବରେଜିଷ୍ଟର କାର୍ଯ୍ୟାଳୟ ଓ ଜମିମାଲିକମାନେ ମତବ୍ୟକ୍ତ କରିଛନ୍ତି ।
ସଞ୍ଜୀବ କୁମାର, ସମ୍ବାଦଦାତା, ଖୋର୍ଦ୍ଧା ଜିଲ୍ଲା



