
ଜଟଣୀ,୧୦-୧୧-୨୦୨୦ (ଜ଼ୀଲ୍ଲା ଖବର): ସଚ୍ଛ ଭାରତ ମିଶନ ସପ୍ନକୁ ସାକାର କରିବା ପାଇଁ ଏବେ ଜଟଣୀ ମ୍ୟୁନିସିପାଲିଟି ଗୁରୁତର ସହ କାର୍ଯ୍ୟ କରୁଛି । ପ୍ରଥମ ପର୍ଯ୍ୟାୟରେ ମ୍ୟୁନିସିପାଲିଟି ତରଫରୁ ୪୦ଜଣ ସାନିଟେସନ ୱାରର୍କର ସଫେଇ କର୍ମଚାରୀ, ୧୦ ଜଣ ସଜ ସାଥିବ ଓ ୪ଜଣ ସୁପରଭାଇଜରଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ସ୍ରଷ୍ଠା ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଡାକ୍ତର କାଳନ୍ଦି ଚରଣ ସେଠି ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲିପ କୁମାର ମହାନ୍ତି, ସାମାଦିକ ରବି ସାଇଁ, ଈଶ୍ବର କୁମାର ସାମନ୍ତରାୟ, ମ୍ୟୁନିସିପାଲିଟି ଇଂଜିନିୟର ଅନୁରାଧା ପ୍ରଧାନ ଅତିଥିଭାବେ ଯୋଗଦେଇଥିଲେ । କମ୍ୟୁନିଟି ଅର୍ଗାନାଇଜର ସୁଜ୍ଞାନୀ ପାଢ଼ୀ, ମନସିନୀ ମହାରଣା, ନର୍ମଦା ଦେଇ, ଗୀତିକା ସୁବୁଦ୍ଧି, ବିଷ୍ଣୁ ମିଶ୍ର, ରାଜେଶ ଭୋଳ ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ସହରକୁ କିପରି ପରିଷ୍କାର ପରିଚ୍ଛନ୍ନ କରାଯାଇ ସଚ୍ଚତା ଉପରେ ଗୁରୁତ୍ବ ଦିଆଯିବା ସହ କିପରି ଜନସାଧାରଣ ଖୋଲାସ୍ଥାନରେ ମଳମୂତ୍ର ତ୍ୟାଗ କରିବେ ନାହିଁ ସେଥିପ୍ରତି କିପରି ଦୃଷ୍ଟି ଦିଆଯିବ ଏବଂ ଲୋକମାନେ କିପରି ନିଜସ ଏବଂ ସରକାରଙ୍କ ଦ୍ବାରା ନିର୍ମିତ ପାଇଖାନାରେ ମଳମୂତ୍ର ତ୍ୟାଗ କରିବେ ବାହାରକୁ ଯିବେ ନାହିଁ, ସେଥିପ୍ରତି ପ୍ରତିୱାର୍ଡର ଜନସାଧାରଣଙ୍କୁ ସଚେତନ କରାଇବା ଉପରେ ଗୁରୁତ୍ବ ଦେବା ସହ ସଫେଇ କର୍ମଚାରୀମାନେ ଘରଘର ବୁଲି ଆବର୍ଜନା ସଂଗ୍ରହ କଲାବେଳେ ଶୁଖୁଲା ଓ ଓଦା ଆବର୍ଜନାକୁ ପୃଥିବୀ କରଣ କରି ସଂଗ୍ରହ କରି ଏସିସି ସେରକୁ ନିଆଯିବ । ସେଠାରେ ଏହି ଆବର୍ଜନାକୁ ୨ ଭାଗରେ ବିଭକ୍ତ କରାଯାଇ ଓଦାକୁ ଜୈବିକ ସାର ତିଆରି କରାଯିବ ପରବ ଅବସ୍ନାରେ ଏହା ମଧ୍ୟ ବିକ୍ରି ହେବା ଏବଂ ପ୍ଲାଷ୍ଟିକ୍ ଇତ୍ୟାଦି ଆବର୍ଜନାକୁ କବାଡ଼ିଆ ଇତ୍ୟାଦିକୁ ମଧ୍ୟ ବିକ୍ରି କରାଯାଇ ଆୟ ହୋଇପାରିବ । ଯାହାଫଳରେ ସହର ସତା ରହିବା ସହଜନସାଧାରଣ ସୁସ୍ତ ନିରାମୟ ଜୀବନ ଯାପନ କରି ପାରିଲେ ସରକାର ଓ ମ୍ୟୁନିସିପାଲିଟିର ସପ୍ନ ସାକାର ହୋଇପାରିବ ବୋଲି କୁହାଯାଇଛି ।
ସଞ୍ଜୀବ କୁମାର, ସମ୍ବାଦଦାତା, ଖୋର୍ଦ୍ଧା ଜିଲ୍ଲା



