Home ଅପରାଧ ଖୋର୍ଦ୍ଧା ଜ଼ିଲ୍ଲା : ଟ୍ରେନରେ ହେଉଥିଲା ବ୍ୟବସାୟ,ବ୍ରାଉନସୁଗର ସହ ଜଣେ ଗିରଫ

ଖୋର୍ଦ୍ଧା ଜ଼ିଲ୍ଲା : ଟ୍ରେନରେ ହେଉଥିଲା ବ୍ୟବସାୟ,ବ୍ରାଉନସୁଗର ସହ ଜଣେ ଗିରଫ

21

ଜଟଣୀ,୧୦-୧୧-୨୦୨୦ (ଜ଼ୀଲ୍ଲା ଖବର): ଜଟଣୀ ସହରରେ ରହି ଟ୍ରେନ ଓ ଗ୍ରାମାଳରେ ବ୍ରାଉନସୁଗର ବ୍ୟବସାୟ କରୁଥିବା ଜଣେ ଅପରାଧୀକୁ ଜଟଣୀ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଖୋର୍ଦ୍ଧାରୋଡ ଅଂଚଳରେ ବିଭିନ୍ନ ଟ୍ରେନରେ ବୁଲି ବ୍ୟବସାୟ କରୁଥିବା ବେଳେ ଗ୍ରାମାଳରେ ମଧ୍ୟ ଲୋକମାନଙ୍କୁ ଯୋଗାଇଥିବା ପୁଲିସ କହିଛି । ଉକ୍ତ ଅଭିଯୁକ୍ତର ଘର ଗଜାମ ଜିଲା ଛତ୍ରପୁର ଅଂଚଳରେ ହୋଇଥିବା ବେଳେ ସେ ଦିର୍ଘଦିନ ହେଲା ଖୋର୍ଦ୍ଧାଜିଲା ତୋଟାପଡା ଅଂଚଳରେ ରହି ବ୍ୟବସାୟ ଚଳାଉଥିଲା । ସୋମବାର ଜଟଣୀ ପୁଲିସ କୌଣସି ସୁତ୍ରରୁ ଖବରପାଇ ଜଟଣୀଥାନା ଅନ୍ତର୍ଗତ ଅରଗୁଳୁ ବଜାରରୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ହେଲା ଅଜୟ କୁମାର ବେହେରା(୨୪) । ଗିରଫ ସମୟରେ ପୁଲିସ ତାଠାରୁ ୧୧ଗ୍ରାମ ବ୍ରାଉନସୁଗର ଏବଂ ଓଡି୦୭୪୦୪୫ ବିଶିଷ୍ଟ ଏକ ୟାମାହୀ ମୋଟରସାଇକେଲକୁ ଜବତ କରିଛି । ଏନେଇ ଜଟଣୀ ଥାନା କେଶ ନଂ ୪୩୯/୨୦ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।
ସଞ୍ଜୀବ କୁମାର, ସମ୍ବାଦଦାତା, ଖୋର୍ଦ୍ଧା ଜିଲ୍ଲା