
ବାଲିଗୁଡା,୧୦-୧୧-୨୦୨୦( ଜିଲ୍ଲା ଖବର): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ବଢ଼ି ଚାଲିଛି ଗଞ୍ଜେଇ ଚାଷ I ଗଞ୍ଜେଇ ମାଫିଆ ମାନେ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଚାଷ କରି ବାହାର ରାଜ୍ୟ କୁ ପଠାଇଥାନ୍ତି I ବାଲିଗୁଡା ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ ଙ୍କ ମିଳିତ ଉଦ୍ୟମରେ ଆଜି ବାଦକେତା ଠାରେ ପହଞ୍ଚି ପ୍ରାୟ ୧୫୫ ଏକର ଜାଗାରେ ଲାଗିଥିବା ଗଞ୍ଜାଇ ଗଛ କୁ ନଷ୍ଟ କରିଥିଲେ I ଯାହାର ଅମାନୁଷିକ ମୂଲ୍ୟ ୦୧ କୋଟି ୫୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି I
ସୁକାନ୍ତ କୁମାର ତ୍ରିପାଠୀ,ସମ୍ବାଦଦାତା, ବାଲିଗୁଡା



