Tuesday, October 13, 2026
Home ଆଞ୍ଚଳିକ ମଠମକୁନ୍ଦପୁର: ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଯୁବ ସଙ୍ଗଠନ ବିକାଶ ମଣ୍ଡଳ କାର୍ଯ୍ୟକ୍ରମ

ମଠମକୁନ୍ଦପୁର: ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଯୁବ ସଙ୍ଗଠନ ବିକାଶ ମଣ୍ଡଳ କାର୍ଯ୍ୟକ୍ରମ

17

ଗଞ୍ଜାମ,୧୦-୧୧-୨୦୨୦(ଜିଲ୍ଲା ଖବର): ଜିଲ୍ଲା ନେହେରୁ ଯୁବକେନ୍ଦ୍ର ନିର୍ଦେଶ କ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତର ମଠମକୁନ୍ଦ ପୁର ଗ୍ରାମରେ ରହିଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଯୁବ ସଙ୍ଗଠନ ବିକାଶ ମଣ୍ଡଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜୟଜଗନ୍ନାଥ ଯୁବକ ସଙ୍ଘ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନେହେରୁ ଯୁବକେନ୍ଦ୍ର ଜିଲ୍ଲା ସଂଯୋଜକ ଅକ୍ଷୟ ଭାସ୍କର ନିପାଣେ ଯୋଗ ଦେଇ ୱାଇ ସି ଡି ପି କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ଗ୍ରାମ୍ୟ ସଭାପତି ଦୟାନିଧି ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ନିଳାଞ୍ଚଳସେନାପତି,ସମାଜସେବୀ ଝଡ଼ିଆ ନାହାକ, ଶିକ୍ଷାବିତ ଜୟରାମ ସ୍ବାଇଁ, କୃଷକ ସାଥି ଏମ.ମୋହନ ପ୍ରଧାନ, ସମାଜସେବୀ କେ.କାମରାଜୁ ରେଡି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନେହେରୁ ଯୁବକେନ୍ଦ୍ର ମାଧ୍ୟମରେ ଗ୍ରାମାଞ୍ଚଳରେ ରହିଥିବା ଯୁବ ପ୍ରତିଭା ବିକଶିତ ହେବା ଆବଶ୍ୱକତା ରହିଥିବା ମତପ୍ରକାଶ କରିଥିଲେ। ଗଞ୍ଜାମ ବ୍ଲକ କତୀୟ ଯୁବ ସଂଯୋଜକ ଆଲୋକ କୁମାର ନାହାକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୁବ ବ୍ୟକ୍ତିତ୍ୱ ମାନେ ଯୋଗ ଦେଇଥିଲେ।

ପ୍ରଦୀପ କୁମାର ସାହୁ, ସମ୍ବାଦଦାତା, ଗଞ୍ଜାମ