Monday, November 16, 2026
Home ଆଞ୍ଚଳିକ ଗଞ୍ଜାମଜିଲ୍ଲା: କାର୍ଗିଲ ସହିଦ ଅଶୋକ କୁମାର ନାୟକଙ୍କ ନାମରେ ମୁଖ୍ୟରାସ୍ତା ନାମିତ

ଗଞ୍ଜାମଜିଲ୍ଲା: କାର୍ଗିଲ ସହିଦ ଅଶୋକ କୁମାର ନାୟକଙ୍କ ନାମରେ ମୁଖ୍ୟରାସ୍ତା ନାମିତ

20

ଗଞ୍ଜାମ,୧୦-୧୧-୨୦୨୦(ଜିଲ୍ଲା ଖବର): ଗଞ୍ଜାମ ବ୍ଲକ ର କଣ୍ଟା ପଡା ୧୬ ନମ୍ବର ଜାତୀୟ ରାଜ ପଥ ଠାରୁ ପ୍ରାୟ ୮ କିଲୋମିଟର ମଧ୍ୟରେ ରହିଥିବା ଡିଆଁଡେଇଁ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାକୁ କାର୍ଗିଲ ସହିଦ ବୀର ଯବାନ ଅଶୋକ କୁମାର ନାୟକଙ୍କ ନାମରେ ନାମିତ କରାଯାଇଛି। ଝାରେଡି ରାଧାଗୋବିନ୍ଦ ପୁର ପଞ୍ଚାୟତ ର ସିପକୁଦା ଗ୍ରାମ ରେ ରହିଥିବା ସହିଦ ଯବାନ ଅଶୋକ କୁମାରଙ୍କ ପ୍ରତିମୂର୍ତ୍ତୀ ନିକଟରେ ମୁଖ୍ୟରାସ୍ତା ନାମିତ ଉଦଘାଟନୀ ଉତ୍ସବରେ ଉଡ଼ଘାଟକ ଭାବେ ସ୍ଥାନୀୟ ସରପଞ୍ଚ ମନୋରମା ବେହେରା ଯୋଗ ଦେଇ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ୧୨୭ ବାଟାଲିୟନ ସି.ଆର.ପି.ଏଫ. କମାଣ୍ଡେଣ୍ଟ ମଲି ମୋହନ କୁମାର ଯୋଗ ଦେଇ ସହିଦ ଯବାନ ଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସହିଦଙ୍କ ପରିବାର ଵର୍ଗ ଙ୍କୁ ଆଶ୍ୱାସନା ଦେଇ ସରକାର ଓ ସି ଏଆ ପି ଏଫ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ମିଳୁଛିକି ନାହିଁ ପଚାରି ବୁଝିଥିଲେ। ସହିଦଙ୍କ ପୁତ୍ରକୁ ୧୮ ବର୍ଷ ହୋଇଯାଇଥିବାରୁ ସି.ଆର.ପି.ଏଫ.ରେ ନିଯୁକ୍ତି ନିମନ୍ତେ ପରାମର୍ଶ ଦେଇ ଥିଲେ। ଗ୍ରାମର ସହିଦ ଅଶୋକ ଯୁବକ ସଙ୍ଘ କାର୍ଯ୍ୟକ୍ରମର ସୁପରିଚାଳନା କରିଥିବା ବେଳେ ସି.ଆର.ପି.ଏଫ. ଯବାନ ବୃନ୍ଦ ସଙ୍ଘ କର୍ମକର୍ତା ,ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ସୂଚନା ଥାଉକି ସିପକୁଦା ଗ୍ରାମର ସୁଯୋଗ୍ୟ ସନ୍ତାନ ଅଶୋକ କୁମାର ନାୟକ ୧୯୯୯ ମସିହାରେ କାର୍ଗିଲ ଯୁଦ୍ଧରେ ବୀରତ୍ବ ପ୍ରଦର୍ଶନ ପୂର୍ବକ ଦେଶ ପାଇଁ ପ୍ରାଣ ବଳିଦେଇ ସହିଦ ହୋଇଯାଇଥିଲେ। ସେହିଦିନ ଠାରୁ ତାଙ୍କ ଜନ୍ମଦିନକୁ ମହା ଆଡମ୍ବର ସହକାରେ ପାଳିତ ହୋଇଆସୁଛି। ସୁବଳୟା ପଞ୍ଚାୟତର କଣ୍ଟାପଡା ୧୬ ନମ୍ବର ଜାତୀୟ ରାଜପଥ ଠାରୁ ଝାରେଡି ରାଧାଗୋବିନ୍ଦ ପୁର ପଞ୍ଚାୟତ ଦେଇ ସାନ ରାମଚନ୍ଦ୍ର ପୁର ପଞ୍ଚାୟତ ପର୍ଯ୍ୟନ୍ତ ମୁଖ୍ୟରାସ୍ତାଙ୍କୁ ସ୍ଥାନୀୟ ଅଞ୍ଚଳର ସୁଯୋଗ୍ୟ ସନ୍ତାନ ବୀର ସହିଦ ଅଶୋକ କୁମାର ଙ୍କ ନାମରେ ନାମିତ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଗର୍ବ ଅନୁଭବ କରିଥିବା ମତ ପ୍ରକାଶ ପାଇଛି।
ପ୍ରଦୀପ କୁମାର ସାହୁ, ସମ୍ବାଦଦାତା, ଗଞ୍ଜାମ