
ରାୟଗଡା, ୧୦-୧୧-୨୦୨୦(ଜ଼ିଲ୍ଲାଖବର): ଲୋକଙ୍କ ପାଖରେ ପାନୀୟଜଳ ଯୋଗାଇବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ଏହା ଏବେ ଅନେକ ଲୋକଙ୍କ ପାଖରେ ଏ ସବୁ ସୁବିଧା ପହଞ୍ଚି ପାରୁନାହିଁ I ଯାହାକୁ ନେଇ ଏବେ ଲୋକେଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ଏହାକୁ ନେଇ ଆଜି ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି I
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ପାତ୍ରଗୁଡା ଗ୍ରାମ ଠାରେ I ପାତ୍ରଗୁଡା ଗ୍ରାମବାସୀଙ୍କ ପାଇଁ ଭୁରୁସିଖୁମା ଠାରେ ତିଆରି ହୋଇଛି ପାନୀୟଜଳ ପ୍ରକଳ୍ପ ଯେଉଁଥିରେ ଓଭରହେଡ଼ ଟାଙ୍କି ଅଛି କିନ୍ତୁ ସଂପୃକ୍ତ ସାହି ବାସିନ୍ଦା ପାନୀୟଜଳ ପାଇବାରୁ ବଞ୍ଚିତ ହେଉଥିବାରୁ ଆଜି ଏପରି ଉତ୍ତେଜନା ଦେଖିବାକୁ ମିଳିଛି I ତେବେ ସାହିବାସିନ୍ଦାଙ୍କୁ ପାନୀୟଜଳ ଯୋଗାଣ ହେବା ପର୍ୟ୍ୟନ୍ତ ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଜାରିରହିବା ବୋଲି କହିଛନ୍ତି ଆନ୍ଦୋଳନକାରୀ I
ପ୍ରସନ୍ନ ପଣ୍ଡା, ସମ୍ବାଦଦାତା, ରାୟଗଡା



