Monday, November 16, 2026
Home ଜିଲ୍ଲା ଫୁଲବାଣୀ: ସୁକନ୍ୟା ଶକ୍ତି ସଂଗଠନର ଜିଲା ଶାଖା କାର୍ଯ୍ୟାଳୟ ଅରବିନ୍ଦ ନଗରଠାରେ ଉଦଘାଟିତ

ଫୁଲବାଣୀ: ସୁକନ୍ୟା ଶକ୍ତି ସଂଗଠନର ଜିଲା ଶାଖା କାର୍ଯ୍ୟାଳୟ ଅରବିନ୍ଦ ନଗରଠାରେ ଉଦଘାଟିତ

31

କନ୍ଧମାଳ, ୧୦-୧୧-୨୦(ଜିଲ୍ଲା ଖବର): କନ୍ଧମାଳ ଜିଲ୍ଲା ରେ କାର୍ୟ୍ୟ କରୁଥିବା ସୁକନ୍ୟା ଶକ୍ତି ସଂଗଠନର ଜିଲା ଶାଖା କାର୍ୟ୍ୟାଳୟ ଆଜି ଫୁଲବାଣୀ ର ଅରବିନ୍ଦ ନଗରଠାରେ ଉଦଘାଟିତ ହୋଇଯାଇଛି। ସଂଗଠନର ମହିଳାମାନଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାରକୁ ରୋକିବା ପାଇଁ କାର୍ୟ୍ୟ କରୁଥିବା ସୁକନ୍ୟା ଶକ୍ତି ସଂଗଠନର ମୁଖ୍ୟ କାର୍ୟାଳୟ ବରଗଡ଼ଠାରେ ଥିବା ବେଳେ ଆଜି ସଂଗଠନର ଅଧ୍ୟକ୍ଷ ରୋହିତ କୁମ୍ଭାର ଫୁଲବାଣୀ ର ଅରବିନ୍ଦ ନଗରଠାରେ ଉଦଘାଟନ କରିଥିଲେ ଏଥିରେ ସଂଗଠନର ଉପସଭାପତି ଓ ସଂପାଦକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଂଗଠନ ଦ୍ୱାରା ମହିଳାମାନଙ୍କର ବିଭିନ୍ନ ସମୟରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ରୋକିବା ଦିଗରେ କାର୍ୟ୍ୟ କରିବ ବୋଲି ଜିଲା ସଂଯୋଜକ ପ୍ରକାଶ କରିଛନ୍ତି । ସମଗ୍ର ଜିଲାର ଏହି ସଂଗଠନର ୩୬ ଜଣ କର୍ମକର୍ତ୍ତା ନିୟୋଜିତ ହୋଇଥିବାର ନିଳାଦ୍ରୀ ବିହାରୀ ମହାକୁଡ଼ ପ୍ରକାଶ କରିଥିଲେ। ଆଜି ଫୁଲବାଣୀଠାରେ ଉଦ୍‍ଘାଟନ କାର୍ୟ୍ୟକ୍ରମରେ ଫୁଲବାଣୀ ବ୍ଳକ ସଭାପତି ଜୋଷ୍ଚାମୟୀ ମିଶ୍ର , ଫିରିଙ୍ଗିଆ ବ୍ଳକ ସଭାପତି ସସ୍ମିତା ସାହାଣୀ, ବ୍ଳକ ସୁପରଭାଇଜର ହେମନ୍ତ ନାୟକ, ସଂପାଦିକା ମଧୁସ୍ମିତା ନାୟକ ସମେତ ପ୍ରତ୍ୟେକ ବ୍ଳକର ସଭାପତି ଓ ସଂପାଦକ ମାନେ ଉପସ୍ଥିତ ଥିଲେ।
ସୁକାନ୍ତ କୁମାର ତ୍ରିପାଠୀ, ସମ୍ବାଦଦାତା, କନ୍ଧମାଳ