
ବାଲିଗୁଡା,୯/୧୧( ଜିଲ୍ଲା ଖବର ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ୍ ଆଡ଼ିମାହା ଗ୍ରାମପଞ୍ଚାୟତର ସିଟୁପାଜି ଗାଁ । ସେଠାରେ ପରିବାର ସହିତ ରୁହନ୍ତି ସୁରେଶ କୁମାର ପଣ୍ଡା । MBA ପାଠ ପଢ଼ା ସାରିବା ପରେ ବ୍ୟାଙ୍କରେ ଚାକିରି କରିଥିଲେ ସୁରେଶ | ବ୍ୟାଙ୍କ ଚାକିରୀ ଛାଡି ୨୦୧୯ ମସିହା ନଭେମ୍ବର ମାସରେ ୧୩ ଏକର ଜମିରେ କଦଳୀ ଗଛ ଲଗାଇ ଚାଷ ଆରମ୍ଭ କରିଥିଲେ କଦଳୀ ଚାଷୀ ସୁରେଶ କୁମାର ପଣ୍ଡା । ସେ ଚାଷ ପ୍ରତି ଗୁରୁତ୍ବ ଦେଇଥିଲେ । ବର୍ତ୍ତମାନ ସମୟରେ ନିଜସ୍ଵ ଉଦ୍ୟମରେ କରିଥିବା କଦଳୀ ଫାର୍ମରୁ ଜିଲ୍ଲା ସମେତ ଜିଲ୍ଲା ବାହାରକୁ କଦଳୀ ପଠାଇ ବେସ୍ ସୁନାମ ଅର୍ଜନ କରିଛନ୍ତି | ଦୈନିକ ୨୦ରୁ ୩୦ଜଣ ଶ୍ରମିକ ପାରିଶ୍ରମିକ ନେଇ ବଗିଚାରେ କାମ କରନ୍ତି । କନ୍ଧମାଳ ଜିଲ୍ଲା ରୁ ଭୁବନେଶ୍ୱର,କଟକ, ନୟାଗଡ଼,ପୁରୀ ଆଦି ଅଞ୍ଚଳକୁ ସୁରେଶଙ୍କ ବଗିଚାରୁ କଦଳୀ ରପ୍ତାନି ହେଉଛି । ସରକାରୀ ସହାୟତା ଓ ସହଯୋଗ ମିଳିଲେ ଆହୁରି ଅଧିକ କିଛି କରିବା ପାଇଁ ମନବଳେଇଛନ୍ତି ଓ କନ୍ଧମାଳ ଜିଲ୍ଲାରେ ଏହି ଚାଷୀ ଅନ୍ୟ ଚାଷୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।



