Wednesday, October 14, 2026
Home ଜିଲ୍ଲା କନ୍ଧମାଳ କନ୍ଧମାଳ ଜିଲ୍ଲା: କଳିଙ୍ଗା ଘାଟିର ପ୍ରାକୁତିକ ଦୃଶ୍ୟ

କନ୍ଧମାଳ ଜିଲ୍ଲା: କଳିଙ୍ଗା ଘାଟିର ପ୍ରାକୁତିକ ଦୃଶ୍ୟ

249

ବାଲିଗୁଡା,୦୮-୧୧-୨୦୨୦(ଜିଲ୍ଲା ଖବର): କନ୍ଧମାଳ ଜିଲ୍ଲା ଠାରୁ ଗଞ୍ଜାମ କୁ ଗଲାବେଳେ ପଡେ କଳିଙ୍ଗା ଘାଟି ଏହି କଳିଙ୍ଗା ଘାଟି ରାସ୍ତା ର ଲମ୍ୱ ପ୍ରାୟ 10 କିଲୋମିଟର | ଏଠାର ପ୍ରାକୃତିକ ଦୃଶ୍ୟ ଅତି ନିଆରା | ବଣ, ଜଙ୍ଗଲ, ପାହାଡ, ଝରଣା ଘେର ମଧ୍ୟରେ କଳିଙ୍ଗା ଘାଟି ଅବସ୍ଥିତ | ଏହି ଜଙ୍ଗଲ ରେ ହିଂସ୍ର ଜନ୍ତୁ ଠାରୁ ଆରମ୍ଭ କରି ମାଙ୍କଡ଼ ଓ ବିଭିର୍ଣ୍ଣ ପ୍ରକାରର ପକ୍ଷୀ ଦେଖାଯାଆନ୍ତି |

କଳିଙ୍ଗା ଘାଟି ରାସ୍ତା ଦେଇ ପ୍ରତିଦିନ ଶହଶହ ଗାଡି ଯିବା ଆସିବା କରିଥାଏ | କଳିଙ୍ଗା ଘାଟିରେ ଅଙ୍କା ବଙ୍କା ରାସ୍ତା ଦେଇ 5 କିଲୋମିଟର ଗଲାପରେ ପାହାଡ଼ରୁ ଝରଣା ବହୁ ଥିବା ଓ ପାଖରେ ମନ୍ଦିର ଥିବାର ଦେଖିବାକୁ ମିଳେ |

ଯାତ୍ରୀ ମାନେ ଅଙ୍କା ବଙ୍କା ଘାଟି ରାସ୍ତା ରେ ଯାତ୍ରା କରିବା ବେଳେ ଘାଟିରେ ଅଟକି ଗଲେ ମାଙ୍କଡ ମାନେ ପାଖକୁ ଆଶି ଘେରିଯାନ୍ତି କିଛି ଖାଦ୍ୟ ପାଇବା ଆଶାରେ | କଳିଙ୍ଗା ଘାଟି ସରିଲା ପରେ ଆରମ୍ଭ ହୁଏ ଗଞ୍ଜାମ ଜିଲ୍ଲା l
ସୁକାନ୍ତ କୁମାର ତ୍ରିପାଠୀ, ସମ୍ବାଦଦାତା, ବାଲିଗୁଡା