Monday, November 16, 2026
Home ଆଞ୍ଚଳିକ ଆସିକା: ଡିଜିଟାଲ ମିଡ଼ିଆ ଆସୋସିଏସନ ଓଡ଼ିଶା ତରଫରୁ ସାଧାରଣ ବୈଠକ

ଆସିକା: ଡିଜିଟାଲ ମିଡ଼ିଆ ଆସୋସିଏସନ ଓଡ଼ିଶା ତରଫରୁ ସାଧାରଣ ବୈଠକ

194

ଆସିକା,୦୮-୧୧-୨୦୨୦(ଜିଲ୍ଲା ଖବର): ଆସିକା ମୁକୁନ୍ଦପୁର ମହାବୀର ହନୁମାନ ମନ୍ଦିର ପରିସରରେ ଡିଜିଟାଲ ମିଡ଼ିଆ ଆସୋସିଏସନ ଅଫ ଓଡିଶା (DMAO)ପକ୍ଷରୁ ପ୍ରଥମ ସାଧାରଣ ବୈଠକ ଆୟୋଜିତ ହୋଇଯାଇଛି | ଉକ୍ତ ବୈଠକରେ ବରିଷ୍ଠ ସାମ୍ବାଦିକ ଶ୍ରୀ ତୁଷାର ପଟ୍ଟନାୟକ ଙ୍କ ସଭାପତିତ୍ବରେ ସଂଘର ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଯୁବ ସାମ୍ବାଦିକ ବଳରାମ ପୋଲାଇ ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସମ୍ମାନିତ ଅତିଥିଭାବେ ଲକ୍ଷ୍ମଣ ସାମନ୍ତରାୟ, ପ୍ରକାଶ ଚନ୍ଦ୍ର ମିଶ୍ର, ଅନୀଲ୍ କୁମାର ପାଣିଗ୍ରାହୀ, ନାରାୟଣ ମିଶ୍ର, ସରୋଜ ମିଶ୍ର ଯୋଗଦେଇ ଯୋଗଦେଇ ଡିଜିଟାଲ ମିଡ଼ିଆ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଡିଜିଟାଲ ମିଡ଼ିଆ ସାମ୍ପ୍ରତିକ ସମୟରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ବେଳେ ବହୁ ବାଧା ବିଘ୍ନ ର ସମ୍ମୁଖୀନ ହେଉଛି | ଏଥି ପାଇଁ ଗୋଟିଏ ସଂଘର ଆବଶ୍ୟକତା ରହିଛି ବୋଲି ବିଚାର କରି ସର୍ବ ସମ୍ମତି କ୍ରମେ ପରାମର୍ଶ ୱେବ ମିଡ଼ିଆର ସମ୍ପାଦକ ଶ୍ରୀ ଲକ୍ଷ୍ମଣ ସାମନ୍ତରାୟ ଙ୍କୁ ସଭାପତି ଦାୟିତ୍ୱ ଦିଆଯାଇଥିଲା । ବିଭିନ୍ନ ସମୟରେ ୱେବ ସାମ୍ବାଦିକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଯେପରି ସମସ୍ତ ସୁବିଧା ମିଳିପାରିବ ଓ ସାମ୍ବାଦିକ ଙ୍କ ଜୀବନଚର୍ଯ୍ୟା ନେଇ ଯୁବ ଆଇନଜୀବୀ ତଥା ପରାମର୍ଶଦାତା ଅନିଲ କୁମାର ପାଣିଗ୍ରାହୀ ବିସ୍ତୃତ ସୂଚନା ଦେଇଥିଲେ | ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଉକ୍ତ ବୈଠକରେ ସଂଘର ଆବଶ୍ୟକତା ଓ ଗୁରୁତ୍ବକୁ ନେଇ ସୁନ୍ଦର ଆଲୋଚନା କରିଥିଲେ । ଆଗାମୀ ଦିନରେ ଡିଜିଟାଲ ମିଡ଼ିଆର ଭୂମିକା ଏବଂ ଆଭିମୁଖ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା ହେବା ସହ କରୋନା ସଚେତନତା ସ୍ୱରୂପ ସମସ୍ତଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା  | ବୁଗୁଡ଼ା ରେ ସାମ୍ବାଦିକ ଗିରଫ ର ପ୍ରତିବାଦ ସ୍ୱରୂପ ଗଣମାଧ୍ୟମର କଣ୍ଠରୋଧ କରାଯିବା ଘଟଣାକୁ ନିନ୍ଦା କରାଯାଇଥିଲା  | ସାମ୍ବାଦିକ ପରସ୍ପର ସହଯୋଗ କରିବା ସହିତ ଆଗକୁ ଯେପରି ସମସ୍ତ କର୍ତ୍ତବରତ ସାମ୍ବାଦିକ ସରକାରୀ ସୁବିଧା ପାଇ ପାରିବେ ସେ ନେଇ ତୁଷାର ପଟ୍ଟନାୟକ ମତ ରଖିଥିଲେ | ଆସନ୍ତା ଡ଼ିସେମ୍ବର 16 ତାରିଖ ଦିନ ବ୍ରହ୍ମପୁର ଠାରେ ଦ୍ୱିତୀୟ ବୈଠକ ହେବା ନେଇ ବୈଠକରେ ଆଲୋଚନା ହୋଇଥିଲା | ଶେଷରେ ନବନିର୍ବାଚିତ ସଭାପତି ଶ୍ରୀ ଲକ୍ଷ୍ମଣ ସାମନ୍ତରାୟ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଦେବା ସହ ଅଗାମୀ ବୈଠକ ପାଇଁ ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲେ | କୋଭିଡ ନିୟମ ମାନି ଉକ୍ତ ବୈଠକରେ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ୱେବ ମିଡ଼ିଆ ର 80 ରୁ ଉର୍ଦ୍ଧ ସାମ୍ବାଦିକ ଯୋଗ ଦେଇଥିଲେ |