Home ଜିଲ୍ଲା ଖୋର୍ଦ୍ଧା ଖୋର୍ଦ୍ଧା ଜିଲ୍ଲା:ଜଟଣୀ ଉପରବସ୍ତ ମୂଖ୍ୟରାସ୍ତା ପାଲଟିଛି ମରଣଯନ୍ତା, ରାସ୍ତା ମଝିରେ ମେଟାଲ, ଚିପ୍ସ ପକାଇ ଠିକାଦାର...

ଖୋର୍ଦ୍ଧା ଜିଲ୍ଲା:ଜଟଣୀ ଉପରବସ୍ତ ମୂଖ୍ୟରାସ୍ତା ପାଲଟିଛି ମରଣଯନ୍ତା, ରାସ୍ତା ମଝିରେ ମେଟାଲ, ଚିପ୍ସ ପକାଇ ଠିକାଦାର ଛୁ

40

ଜଟଣୀ,୦୮-୧୧-୨୦୨୦(ଜିଲ୍ଲା ଖବର): ସରକାର ଗ୍ରାମାଳର ସଡକପଥ ହେଉ କିମ୍ବା କୌଣସି ଉନ୍ନୟନ କାର୍ଯ୍ୟ ହେଉ ସେଥିଲାଗି କୋଟିକୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି । କାରଣ ଲୋକମାନଙ୍କର କୌଣସି ଅସୁବିଧା ଯେପରି ନହୁଏ । ହେଲେ ଏହାର ଫାଇଦା ଗ୍ରାମବାସୀ ପାଇବା ପରିବର୍ତ୍ତେ କେତେକ ଅବହେଳିତ ସରକାରୀ ଅଧିକାରୀ ଏବଂ ମୁନାଫାଖୋର ଠିକାଦାର ପାଉଥିବା ଅନେକ ସ୍ଥାନରେ ଦେଖିବାକୁ ମିଳୁଛି । କିନ୍ତୁ ସରକାରୀ କାଗଜକଲମରେ ସବୁକାର୍ଯ୍ୟ ଉତମମାନର ହେଉଥିବା କୁହାଯାଉଛି ।

ଏକଜ୍ଵଳନ୍ତ ଉଦାହରଣ ଜଟଣୀ ବ୍ଳକ ଅନ୍ତର୍ଗତ ଉପରସ୍ତ ଗ୍ରାମରେ ସୁଚିତ ହେଉଥିବା ଦେଖିବାକୁ ମିଳୁଛି । ଜଟଣୀବ୍ଳକ ଅନ୍ତର୍ଗତ ପଦନପୁର ପଚାୟତ ଅଧିନସ୍ତୁ ଉପରବସ୍ତ ଗ୍ରାମକୁ ସଂଯୋଗ ମୂଖ୍ୟରାସ୍ତା ଏବେ ମରଣଯନ୍ତା ପାଲଟିଛି । ଜଟଣୀବକଠାରୁ ଉପରବସ୍ତ ପର୍ଯ୍ୟନ୍ତ ୪ କି:ମି ବାଟ ଗ୍ରାମବାସୀଙ୍କ ପାଇଁ ଅଭିଷାପ ପାଲଟିଯାଇଛି । ଏହି ରାସ୍ତାପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକଯୋଜନା ମାଧ୍ୟମରେ ରାସ୍ତାର ନିର୍ମାଣକାର୍ଯ୍ୟ ଠିକାଦାରଙ୍କୁ ଦିଆଯାଇଥିବା ବେଳେ ଠିକାଦାର କାର୍ଯ୍ୟାରମ୍ଭ କରିବାଲାଗି ରାସ୍ତା ମଝିରେ ମେଟାଲ,ଚିୟ ପ୍ରଭୃତି ରାସ୍ତାରେ ଜମାଇଦେଇ ଏକବର୍ଷ ହେଲା କୁଆଡେ ଚମ୍ପଟ ମାରିଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ନିର୍ମାଣର ୧୦ ମାସ ମଧ୍ୟରେ କାମ ସାରିବାକୁ ଫଳକରେ ପ୍ରତିଶୃତି ଦେଇଥିବା ବେଳେ କାର୍ଯ୍ୟକରିବାର ଶେଷ ଅବଧୀ ଇତିମଧ୍ୟରେ ୬ମାସ ବିତିଯାଇଛି ।

ହେଲେ ରାସ୍ତାକାମ ସରିବା ପରିବର୍ତ୍ତେ ଏବେ ମରଣଯନ୍ତା ପାଲଟିଗଲାଣି । କିନ୍ତୁ ସରକାରୀ କଳ ଏବଂ ଠିକାସଂସ୍ଥା ଏନେଇ ନିଦାବିଷ୍ଣୁ ସାଜିଛନ୍ତି ବୋଲି ଗ୍ରାମବାସୀମାନେ ମତପ୍ରକାଶ କରିଛନ୍ତି । ପ୍ରତିଦିନ ଛୋଟବତ ଦୁର୍ଘଟଣାମାନ ଘଟୁଥିଲେ ମଧ୍ୟ ଗ୍ରାମବାସୀମାନେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ବୋଲି ଗ୍ରାମବାସୀମାନେ କ୍ଷୋଭପ୍ରକାଶ କରି କହିଛନ୍ତି । ଏହି ରାସ୍ତାଦେଇ ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀ ଏବଂ କେନ୍ଦ୍ରୀୟ ଗବେଷଣା ପ୍ରତିଷ୍ଠାନ ନାଇଜରି ୨ବଂ ଫାଟକ ଦେଇ ଯାଉଥିବା ଲୋକମାନେ ମଧ୍ୟ ସମସ୍ୟାରେ ପଡ଼ିଥାନ୍ତି । ଲୋକମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କରାଯାଇଥିବା ଏହି ରାସ୍ତା ଧୀରେଧିରେ ଲୋକମାନଙ୍କ ପାଇଁ କାଳ ହୋଇଯାଇଥିଲା। ବୋଲି ଗ୍ରାମବାସମାନେ କହିଛନ୍ତି । ବ୍ଲକଠାରୁ ଉପରବସ୍ତଗ୍ରାମ ପାଇଁ ୪କିମି ରାସ୍ତା ରହିଛି । ଏହି ରାସ୍ରାବର୍ଷାଦିନେ କାଦୁଅପରେ ମରଣଯନ୍ତା ପାଲଟିଯାଏ । ତେବେ ଏନେଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଭାରତ ସରକାରଙ୍କ ଉନ୍ନୟନ ମନ୍ତ୍ରାଳୟ ଅନୁଦାନରେ ଠିକାଦାର ମାଧ୍ୟମରେ ୧୪୪,୩୧ ଲକ୍ଷଟଙ୍କା ବ୍ୟୟ ଅଟକଳ ହୋଇଥିଲା ବେଳେ ଏହାର ରକ୍ଷଣାବେକ୍ଷଣ ପାଇଁ ସରକାର ବର୍ଷକୁ ୧୧.୫୪ଲକ୍ଷ ଟଙ୍କା ବ୍ୟୟବରାଦ କରିଛନ୍ତି । ଏହି ୪କିମି ରାସ୍ତାରେ ୩, ୧୫୦ କି:ମି ପିଚୁ ରାସ୍ତା ନିର୍ମାଣ ସହିତ ୦,୮୫୦ କିମି ପକ୍କା ରାସ୍ତା ରହିବ । ସେଥିରେ ୪ଟି ଶଙ୍ଖ ବିମାଣପାଇଁ ଚୁକ୍ତି ରହିଛି । ଠିକାଦାର ଏହି ରାସ୍ତାକାର୍ଯ୍ୟ ୨୦୧୯ ମସିହା ଅଗଷ୍ଟ ୧୯ ତାରିଖରେ ଆରମ୍ଭ କରି ୨୦୨୦ ମସିହା ମେ ମାସ ୧୮ ତାରିଖରେ ସାରିବାକୁ ଲିଖିତ ପ୍ରତିଶୃତି ଦେଇଥିଲେ । ମାତ୍ର ଏହି ରାସ୍ତାକାର୍ଯ୍ୟ ପାଇଁ ଠିକାଦାର ରାସ୍ତାରେ ଆଣି ବାଲି,ଗୋଡି,ମେଟାଲ ଇତ୍ୟାଦି ପକାଇ ରାସ୍ତାକଡରୁ ମାଟି କାଟିଦେଇଥିବା ଲୋକେ ଅଭିଯୋଗ କରିଥିଲେ । ରାସ୍ତାକାମ ମନ୍ଦିରଗତିରେ କରିବା ସହିତ ବାହାରୁ ମାଟିଆଣି ରାସ୍ତାକଡ଼ ଲେବଲିଂ କରିବା ପରିବର୍ତ୍ତେ ରାସ୍ତାକଡ଼ରୁ ମାଟିକାତି ଖାଲି ଦରିପକାଇଥିଲେ । ଫଳରେ ଅସରାଏ ବର୍ଷାରେ ଉକ୍ତ ଖାଲରେ ମାଟିସି ଖାଲଖମା ସୃଷ୍ଟି ହୋଇଯାଇଥିଲା । ଚୁକ୍ତି ଅନୁସାରେ ପିଚୁ ରାସ୍ତାର ଉଭୟ ପାର୍ଶ୍ବରେ ମାଟି ଫିଲିଙ୍ଗ କରିବା କଥା । କିନ୍ତୁ ମାଟି ରାସ୍ତାକତରୁ କାଢ଼ି ରାସ୍ତା ଉକା କରାଯାଇଛି ।

ମାଟି କାମପାଇଁ ୭୨୯୦, ୦୪ଘ.ମି ତଥା ୧୨୦୫ ଟ୍ରକ ମାଟି ପକାଇବାକୁ ଲିଖିତ ଚୁକ୍ତି କରିଛନ୍ତି । ତେବେ ଏନେଇ ଠିକାଦାର ଏବଂ ଯନ୍ତ୍ରୀଙ୍କୁ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ ହେଁ କେହି କିଛି ଶୁଣିବାକୁ ନାରାଜ ହୋଇଥିଲେ । ଅନ୍ୟ ପକ୍ଷରେ ରାସାମଝିରେ ଜମିରହିଥିବା ବାଲି, ଗୋଡି ଉପରେ ଟ୍ରାକ୍ଟର, ଟ୍ରକ ଯାଇ ରାସ୍ତାସାରା ବାଲିଗୋଡି ଜମିରହି ଯାତାୟତରେ ସମସ୍ୟା ସୃଷ୍ଟି ହୋଇଥିଲା । ମାତ୍ର କାର୍ଯ୍ୟାରମ୍ଭର ୮ମାସ ତଥା ୨୦୨୦ ମାର୍ଚ୍ଚମାସଠାରୁ ମହାମାରୀ କରୋନା ସଂକ୍ରମଣ ଯୋଗୁଁ ସରକାରଙ୍କ ପକ୍ଷରୁ ସମସ୍ତ କାର୍ଯ୍ୟରେ ଅଙ୍କୁଶ ଲାଗିଯାଇଥିଲା । ହେଲେ ୮ମାସ ମଧ୍ୟରେ କୌଣସି ଆଖିଦୃଶିଆ କାର୍ଯ୍ୟ ହୋଇନଥିଲା । କାରଣ ଆଉ ୨ ମାସ ମଧ୍ୟରେ ଜାମ ସରିବାକଥା । ହେଲେ ଅଧାକାମ ମଧ୍ୟ ସରିନାହିଁ ବୋଲି କୁହାଯାଇଛି । ଅନ୍ୟ ପକ୍ଷରେ ଏହି ରାସ୍ତାକାମ ପରିବର୍ତ୍ତି ସମୟରେ ଜଟଣୀର ହରିଭାଇନା ଛକ ତିଳତା ମୂଖ୍ୟରାସ୍ତାର କାମ ଆରମ୍ଭ ହୋଇଥିଲା ବେଳେ ଜିରୋନା ସମୟରେ ବନ୍ଦ ରହିଥିଲା । ଏବେ ଏହି ରାସ୍ତାକାମ ସରିବାର ୨ ମାସ ବିତିଯାଇଥିଲେ ମଧ୍ୟ ଉପରବସ୍ତ ରାସ୍ତାର ନିର୍ମାଣ କାର୍ଯ୍ୟାରମ୍ଭ ହୋଇପାରିନାହିଁ । ଫଳରେ ଲୋକମାନଙ୍କ ମଧ୍ୟରେ ।

ସରକାରୀ କଳ ଏବଂ ଠିକାଦାରଙ୍କ ପ୍ରତି ଅହିଷ୍ଣୁତା ବଢିବାରେ ଲାଗିଛି । ସ୍ଥାନୀୟ ଲୋକେ ଠିକାଦାରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଯୋଗାଯୋଗ ହୋଇପାରୁ ନାହିଁ ବୋଲି କହିଛନ୍ତି । ତେଣୁ ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟିଦେଇ ତୁରନ୍ତ କାର୍ଯ୍ୟ ସାରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।
ସଞ୍ଜୀବ କୁମାର, ସମ୍ବାଦଦାତା, ଖୋର୍ଦ୍ଧା