ଗାନ୍ଧି ଜୟନ୍ତି ଅବସରରେ ଦସ୍ତଖତ ଅଭିଯାନ

90

ବ୍ରହ୍ମପୁର, (ପ୍ରଫୁଲ ସାବତ) : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବର୍ଷ ପାଳନ ଅବସରରେ ଜନ ସଚେତନତା ଓ ଦସ୍ତଖତ ଅଭିଯାନ ସହ ଭାରତର ସମ୍ବିଧାନ ମୁଖ୍ୟପ୍ରବନ୍ଧରେ ଅହିଂସାକୁ ଏହି କାର୍ଯ୍ୟକ୍ରମ ଗୋପାଳପୁର ବେଳାଭୂମି ପରିସରରେ ଅନୁଷ୍ଠିତ ହୋଇଯାଇଛି।

ସ୍ଥାନୀୟ ବିଧାୟକ ତଥା ଜିଲା ବିଜେଡି ସଭାପତି ଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମାନ୍ୟବର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ମାନ୍ୟବର ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା,ମାନ୍ୟବର ମନ୍ତ୍ରୀ ଆଦିବାସୀ ବେପାର ଜଗନ୍ନାଥ ସାରକା ଏବଂ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ,ଆସିକା ସାଂସଦ ପ୍ରମିଳା ବିଷୋୟୀ ,ଜିଲାପରିଷଦ ଅଧକ୍ଷା ସୋନାମ ପୋଲାଇ,ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା,ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହାରା ଙ୍କ ସମେତ ଗଂଜାମ ଜିଲ୍ଲା ର ସମସ୍ତ ସାଂସଦ ଓ ବିଧାୟକ/ବିଧାୟିକା ଏବଂ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ ସମେତ ବହୁ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ ବହୁ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ l