
ଗଞ୍ଜାମ,୦୮-୧୧-୨୦୨୦(ଜିଲ୍ଲା ଖବର): ଋଷିକୁଲ୍ୟା ମୁହାଁଣ ଠାରୁ ଚିଲିକା ହ୍ରଦକୁ ସଂଯୋଗ କରୁଥିବା ପାଲୁର ସାହେବ କେନାଲକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ କରାଯାଉଥିଲେ ମଧ୍ୟ ସ୍ଥାନୀୟ ମସ୍ୟଜୀବୀ ମାନେ ଧଉଡ଼ି ଟାଣି ତାକୁ ଅବରୋଧ କରୁଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ବିଭିନ୍ନ ସମୟରେ ମସ୍ୟଜୀବୀ ମାନଙ୍କ ମଧ୍ୟରେ ଝଗଡାର ସୂତ୍ରପାତ ହେଉଥିବା ଲକ୍ଷ କରାଯାଉଛି। ତିନି ଦିନ ତଳେ ଗଞ୍ଜାମ ବ୍ଲକ, ରମ୍ଭା ଥାନା ଅଧିନସ୍ଥ ରାମଗଡ଼ ପଞ୍ଚାୟତର ଗଜପତି ନଗର ଗ୍ରାମରେ ସମୃକ୍ତ କେନାଲ ରେ ଜାଲ ବସାଇ ମାଛ ମାରୁଥିବା ବେଳେ ମାରପିଟ ହେବାକୁ ନେଇ ସମୃକ୍ତ ଗ୍ରାମାରେ ଉତେଜନା ପ୍ରକାଶ ପାଇଥିଲା। ଏନେଇ ଉକ୍ତ ଗ୍ରାମର ରମେଶ ଚନ୍ଦ୍ର ବେହେରା, ତାଙ୍କ ବାପା ଲକ୍ଷ୍ମୀଧର ବେହେରା ଓ ତାଙ୍କ ସ୍ତ୍ରୀ ଙ୍କୁ ଆକ୍ରମଣ ହୋଇଥିବା ନେଇ ରମ୍ଭା ଥାନାରେ ଅଭିଯୋଗ ହୋଇଛି। କୃଷ୍ଣ ଦାସ, ସନ୍ୟାସି ଦାସ, ସୀମା ଦାସ, ବିଦେଶୀ ଦାସ, ବସନ୍ତି ଦାସ, ସୁକାନ୍ତ ବେହେରା, ତ୍ରିନାଥ ବେହେରା, ଅରକ୍ଷିତ ଦାସ ପ୍ରମୁଖ ଙ୍କ ବିରୁଦ୍ଧରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ଅନ୍ୟପଟେ ସ୍ଥାନୀୟ ୮ ଜଣ ମସ୍ୟଜୀବୀ ମାନଙ୍କ ବିରୁଦ୍ଧରେ ପୂର୍ବରୁ କେସ ରୁଜୁ ହୋଇ ବର୍ତ୍ତମାନ ସୁଧା କେସ ଚାଲୁଥିବା ଜଣାପଡିଛି l ବାରମ୍ବାର ପାଲୁରୁ ସାହେବ କେନାଲ ରେ ମାଛ ମାରିବାକୁ ନେଇ ଝଗଦାର ସୂତ୍ରପାତ ହୋଇଥିବା ବେଳେ ଧଉଡ଼ି ଦ୍ୱାରା କେନାଲକୁ ଅବରୋଧ କରାଯାଇଥିବା ଫଳରେ ଚିଲିକା ଓ ଋଷିକୁଲ୍ୟା ନଦୀ ମଧ୍ୟରେ ଜଳ ଜୀଵ ଯିବା ଆସିବା କରିବା ବେଳେ କେନାଲ ମଧ୍ୟରେ ମଶ୍ଚଜୀବୀ ମାନେ ବେଆଇନ ଭାବେ ମାଛ ମାରୁଥିବା ଯୋଗୁଁ ଋଷିକୁଲ୍ୟା ନଦୀ ଏବଂ ଚିଲିକା ହ୍ରଦ ଉପରେ ନିର୍ଭର କରିଆସୁଥିବା ପରମ୍ପାରିକ ମଶ୍ଚଜୀବୀ ମାନ ଙ୍କ ଜୀବନ ଜୀବିକା ଉପରର କୁପ୍ରଭାବ ପଡୁଥିବା ଦେଖିବାକୁ ମିଳୁଛି।ଯାହାକୁ ନେଇ ନିଜ କୌଳିକ ବୃତ୍ତି ଛାଡି ଦାଦାନ ଖଟିବାକୁ ଅନ୍ୟରାଜ୍ୟ ମାନଙ୍କୁ ଚାଲିଯିବାକୁ ବାଧ୍ୟ ହୋଇଥାନ୍ତିl ସୂଚନା ଥାଉକି ଚିଲିକା ଉପରେ ନିର୍ଭର କରି ଶହ ଶହ ଗ୍ରାମର ମସ୍ୟଜୀବୀ ଜୀବିକା ପ୍ରଭାବିତ ହେଉଥିବା ବେଳେ ଗଞ୍ଜାମ ଓ ଛତ୍ରପୁର ବ୍ଲକର ୮ ଖଣ୍ଡ ଗ୍ରାମର ସାମୁଦ୍ରିକ ଓ କୈବର୍ତ୍ତ ସମ୍ପ୍ରଦାୟ ପ୍ରଭାବିତ ହେଉଥିବା ଯୋଗୁଁ ସେମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଭାଗୀୟ କର୍ତ୍ତୃପକ୍ଷ ପ୍ରଶାସନ କେନାଲ ଅବରୋଧ କରୁଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରବା ନେଇ ପଦକ୍ଷେପ ନେବାକୁ ଦୃଢ଼ ଦାବୀ ହେଉଛି।
ପ୍ରଦୀପ କୁମାର ସାହୁ, ସମ୍ବାଦଦାତା, ଗଞ୍ଜାମ



