Tuesday, October 13, 2026
Home ଅପରାଧ ଗଞ୍ଜାମ ଜିଲ୍ଲା: ବେକରେ ରସି ଲଗାଇ ଯୁବତୀଙ୍କ ଅତ୍ମହତ୍ୟା

ଗଞ୍ଜାମ ଜିଲ୍ଲା: ବେକରେ ରସି ଲଗାଇ ଯୁବତୀଙ୍କ ଅତ୍ମହତ୍ୟା

114

ବେଲଗୁଣ୍ଠା, ୦୭-୧୧-୨୦୨୦(ଜିଲ୍ଲା ଖବର): ଆଜି ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ସୁତୁମୁସର ଗ୍ରାମରେ ପାଣ୍ଡି ଦଳେଇ (୧୮) ନାମକ ଜଣେ ଯୁବତୀ ନିଜ ଘରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି I ସୂଚନା ପ୍ରକାରେ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ସୁତୁମୁସର ଗ୍ରାମରେ ପ୍ରଭାକର ଦଳେଇ ନିଜ ସ୍ତ୍ରୀ ଓ ଝିଅକୁ ନେଇ ବାସ କରନ୍ତି I ଆଜି ପ୍ରଭାକର ନିଜ ସ୍ତ୍ରୀଙ୍କ ସହ ଜମିକୁ ଧାନ କାଟିବା ପାଇଁ ଯାଇଥିବା ବେଳେ ଝିଅ ପାଣ୍ଡି ଘରେ ଏକା ଥିଲା I ସନ୍ଧ୍ୟା ଚାରିଟା ବେଳେ ପ୍ରଭାକର ଏବଂ ତାଙ୍କ ସ୍ତ୍ରୀ ଘରକୁ ଫେରି ପାଣ୍ଡି ଶବ ଝୁଲୁଥିବାର ଦେଖିଥିଲେ I ଏନେଇ ବେଲଗୁଣ୍ଠା ଫାଣ୍ଡିରେ ବାପା ପ୍ରଭାକର ଜଣାଇବା ପରେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ପାଣ୍ଡିର ଶବକୁ ଜବତ କରିବା ସହ ଭଞ୍ଜନଗର ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଥିବା ଜଣା ପଡ଼ିଛି I ଘଟଣା ନେଇ ବେଲଗୁଣ୍ଠା ଫାଣ୍ଡିରେ କେସ୍ ନମ୍ବର୍ ୬୯/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଆତ୍ମହତ୍ୟାର କାରଣ ସମ୍ପର୍କରେ ତଦନ୍ତ ଚାଲିଥିବା ଫାଣ୍ଡି ଅଧିକାରୀ ପ୍ରକାଶ ସାହୁ ପ୍ରକାଶ କରିଛନ୍ତି I
ଶିବରାମ ଚୌଧୁରୀ, ସମ୍ବାଦଦାତା, ବେଲଗୁଣ୍ଠା