Home ଆଞ୍ଚଳିକ ପୂର୍ବତନ ରେଳ ଠିକାସଂଘ ସମ୍ପାଦକଙ୍କ ପରଲୋକ

ପୂର୍ବତନ ରେଳ ଠିକାସଂଘ ସମ୍ପାଦକଙ୍କ ପରଲୋକ

26

ଜଟଣୀ,୦୭-୧୧-୨୦୨୦(ଜିଲ୍ଲା ଖବର): ଜଟଣୀ ଅଞ୍ଚଳର ପୂର୍ବତନ ରେଳପଥ ଠିକାଦାର ସଂସ୍ଥା ସମ୍ପାଦକ ସୁଶାନ୍ତ କୁମାର ରାୟଙ୍କ ଆଜି ପରଲୋକ ହୋଇଯାଇଛି । ସ୍ୱର୍ଗତ ରାୟ ଜଣେ ଉତ୍ତମ ବ୍ୟକ୍ତି ଭାବରେ ପରିଚିତ ଥିଲେ । ସେ ରାଜ୍ୟ ବିଜେପି ମୁଖପାତ୍ର ସୁଦୀପ୍ତ ରାୟଙ୍କ ମଧମ ଭ୍ରାତା ହୋଇଥିବା ବେଳେ ବିଜେପିର ଆଜୀବନ ସଦସ୍ୟ ରହିଥିଲେ । ରେଳପଥ ଠିକାସଂସ୍ଥାର ସମ୍ପାଦକ ଦାୟିତ୍ଵ ସୁଚାରୁରୂପେ ତୁଲାଇ ସେ ବେଶ ପ୍ରଶଂସା ସାଉଣ୍ଟିଥିଲେ। ଏଥିସହିତ ଭିଟାମାଟି ସୁରକ୍ଷାମଞ୍ଚର ସଦସ୍ୟ, ଏଖରାଜାତି ମାହାଲ କମିଟିର ଜଣେ ସକ୍ରିୟ ସଦସ୍ୟଭାବେ ଜଣାଶୁଣା ଥିଲେ । ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇ ପୂର୍ବତନମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ସୁରେଶ ପୂଜାରୀ ପ୍ରମୁଖ ଶୋକପ୍ରକାଶ କରିଛନ୍ତି ।
ସଞ୍ଜୀବ କୁମାର, ସମ୍ବାଦଦାତା, ଖୋର୍ଦ୍ଧା ଜିଲ୍ଲା