Home ଆଞ୍ଚଳିକ ଖୋର୍ଦ୍ଧା ଜିଲ୍ଲା: ଜନକଲ୍ୟାଣ ସଂଘ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଖୋର୍ଦ୍ଧା ଜିଲ୍ଲା: ଜନକଲ୍ୟାଣ ସଂଘ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

38

ଜଟଣୀ,୦୭-୧୧-୨୦୨୦(ଜିଲ୍ଲା ଖବର): ଜଟଣୀର ସେଛାସେବୀ ସଂଗଠନ ଜନ କଲ୍ୟାଣସଂଘ ପକ୍ଷରୁ ଶୁକ୍ରବାର ପୌରପରିଷଦ ଅଧିନସ୍ ଓର୍ଡ ନଂ ୧୨ ଗୋରାଧର୍ମସାଗର ହରିଜନ ବସ୍ତ୍ରୀରେ କରୋନା ସଚେତନତା ଜନସଚେତନ କାର୍ଯ୍ୟ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀଭାବେ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତୀ ଯୋଗଦେଇ ଜନସାଧାରଣମାନଙ୍କୁ କରୋନା ଭୟବହତା ସମନ୍ଧରେ ସଚେତନତା କରାଇବା ସହିତ ବଜାବସୁ ପରିଚାଳନା ସମନ୍ଧରେ ସେମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥୀଭାବେ ସଂଘର ଉପଦେଷ୍ଟା ଯୋଗେଶ ଚନ୍ଦ୍ର ନାୟକ,ଆଇନପରାମର୍ଶଦାତା ଶିବ ରଥ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଉଲେଖନୀୟ ଅବଦାନପାଇଁ ସମାଜସେବୀ ଏବଂ ପ୍ରତିଭାମାନଙ୍କୁ ମାନପତ୍ର ଓ ଉତରୀୟଦେଇ ସମର୍ଦ୍ଧିତ କରାଯାଇଥିଲା । ଅୟୋଜିତ ଏହି କାର୍ଯ୍ୟକ୍ରମକୁ ଗୋରାଧର୍ମସାଗର ବସ୍ତିର ସଭାପତି ସନାତନ ନାୟକ ପରିଚାଳନା କରିଥିବା ବେଳେ ଜନକଲ୍ୟାଣ ସଂଘର ସଭାପତି ମହମଦ କରୀମ ଓ ସମ୍ପାଦକ ନବୀନ ମହାପାତ୍ର ଆୟୋଜନ କରିଥିଲେ ।
ସଞ୍ଜୀବ କୁମାର, ସମ୍ବାଦଦାତା, ଖୋର୍ଦ୍ଧା ଜିଲ୍ଲା