
ଜଟଣୀ,୦୭-୧୧-୨୦୨(ଜିଲ୍ଲା ଖବର): ଜଗନ୍ନାଥ ସଂଗୀତର ସଫଳ ସାଧକ କଣ୍ଡଶିଳ୍ପୀ ଭିକାରୀ ମହମ୍ମଦଙ୍କ ସ୍ମତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଜଳି ସଭା ନୀଳଶୈଳ ସଂଗୀତ ଏକାଡେମୀ ପକ୍ଷରୁ ସ୍ଥାନୀୟ ବିକାଶନଗର ଅନୁଷ୍ଠାନରେ ଶୁକ୍ରବାର ସଂଧ୍ୟାରେ ଆୟୋଜିତ ହୋଇଯାଇଛି । ନୀଳଶୈଳ ସଂଗୀତ ଏକାଡେମୀର ସମ୍ପାଦକ ସୁକଦେବ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ଶ୍ରଦ୍ଧାଜଳି ସଭା ଆୟୋଜିତ ହୋଇଥିଲା । ସର୍ଗତ ଭିକାରୀ ମହମ୍ମଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରିବା ସହିତ ଧୂପଦୀପ ଦେଇ ଜଗନ୍ନାଥଙ୍କ ଜଣାଣରୁ ଆରମ୍ଭ ହୋଇଥିଲା ଶ୍ରଦ୍ଧାଜଳି ସଭା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥୀଭାବେ ଜଟଣୀ ବିଗ୍ରୀବାସିନ୍ଦା ମହାସଂଘର ସଭାପତି ଯୋଗେଶ ଚନ୍ଦ୍ର ନାୟକ, ସାହିତ୍ୟିକ ତଥା ଲେଖକ ବିପିନୀ ବିହାରୀ ମହାନ୍ତି, ସଂଗୀତ ଏକାଡେମୀର ସଭାପତି ଗଙ୍ଗାଧର ବରାଳ, ପୁର୍ବତନ ସରପ ଦିବାକର ମଙ୍ଗରାଜ, ଅଧାପକ ସୁସନ୍ତ ରାଉତ, ଶିକ୍ଷାବିତ ଜବାହାରଲାଲ ସୁବୁଦ୍ଧ, ସମାଜସେବୀ ମୀନାକ୍ଷି ମିଶ୍ର, ମହମଦ କରୀମ,ବାଉରୀବନ୍ଧୁ ସେଠୀ ପ୍ରମୁଖ ଯୋଗଦେଇ ସର୍ଗତ ଭିକାରୀ ମହମ୍ମଦଙ୍କ ଉଦେଶ୍ୟରେ ନିଜନିଜ ବକ୍ତବ୍ୟ ରଖିଥିଲେ । ଅତିଥୀମାନେ ନିଜ ବକ୍ତବ୍ୟ ମାଧ୍ୟମରେ କହିଥିଲେ ଯେ, ଭିକାରୀ ମହମ୍ମଦ ଜଣେ ଏକାଧାରରେଥିଲେ ସଫଳ କଣ୍ଠଶିଳ୍ପୀ ଏବଂ ସଙ୍ଗୀତର ସାଧକ । ଓଡ଼ିଶାର ଦ୍ବିତୀୟ ସାଲବେଗରେ ସମ୍ମାନୀତ ହୋଇଥିବା ଭିକାରୀ ମହମ୍ମଦ ଗୁରୁବାର ଭୋର ସମୟରେ ୭୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା । ରାଜ୍ୟର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭିକାରୀ ମହମଦ ଭଜନ ପରିବେଷଣ କରି ବିଶେଷ ଚର୍ଟ ପରିସରକୁ ଆସିଥିଲେ । ତାଙ୍କ ପରଲୋକ ହେବାର ଖବରପାଇ ସରା ଓଡିଶା ସ୍ତବ୍ଧ ହୋଇଯାଇଥିଲା ।
ସଞ୍ଜୀବ କୁମାର, ସମ୍ବାଦଦାତା, ଖୋର୍ଦ୍ଧା ଜିଲ୍ଲା




