Monday, October 12, 2026
Home ଜାତୀୟ ଆଇଆଇଟି ଦିଲ୍ଲୀର ୫୧ ତମ ବାର୍ଷିକ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ଆଇଆଇଟି ଦିଲ୍ଲୀର ୫୧ ତମ ବାର୍ଷିକ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

13

ନୂଆଦିଲ୍ଲୀ,୦୭-୧୧-୨୦୨୦(ଜିଲ୍ଲା ଖବର):

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଇଆଇଟି ଦିଲ୍ଲୀର 51ତମ ବାର୍ଷିକ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିବେ । ଆଜି ଦିନ 11ଟା ସମୟରେ ଭିଡିଓ କନଫରେନ୍ସ  ଜରିଆରେ ପ୍ରଧାନମନ୍ତ୍ରୀ ଏହାକୁ ସମ୍ବୋଧିତ କରିବାକୁ ଥିବାବେଳେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ ।

ଅନୁଷ୍ଠାନର ଡୋଗ୍ରା ହଲରେ ଏହି ସମାବର୍ତ୍ତନ ସମାରୋହ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ଖୁବ ସୀମିତ ଉପସ୍ଥାନ ରହିବ । ଅନଲାଇନ ୱେବକାଷ୍ଟ ଜରିଆରେ ସମାରୋହର ସମସ୍ତ ଘଟଣାବଳୀ ପ୍ରତ୍ୟେକ ସ୍ନାତକ ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଏବଂ ଆମନ୍ତ୍ରିତ ଅତିଥିମାନଙ୍କ ପାଇଁ ଉପଲବ୍ଧ ହେବ l ସମାବର୍ତ୍ତନ ସମାରୋହରେ 2000ରୁ ଉର୍ଦ୍ଧ୍ଵ ସ୍ନାତକ ଛାତ୍ରଛାତ୍ରୀ, ପିଏଚଡି, ଏମଟେକ, ମାଷ୍ଟର ଡିଗ୍ରୀ, ଏମବିଏ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ଅନୁଷ୍ଠାନ ପକ୍ଷରୁ ରାଷ୍ଟ୍ରପତିଙ୍କ ସ୍ଵର୍ଣ୍ଣ ପଦକ, ନିର୍ଦ୍ଦେଶକ ସ୍ଵର୍ଣ୍ଣ ପଦକ, ଡଃ ଶଙ୍କର ଦୟାଲ ଶର୍ମା ସ୍ଵର୍ଣ୍ଣ ପଦକ, ପରଫେକ୍ଟ 10 ସ୍ଵର୍ଣ୍ଣ ପଦକ ଏବଂ ପ୍ରତିଷ୍ଠାନର ରୌପ୍ୟ ପଦକ ସ୍ନାତକରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ।