Monday, October 12, 2026
Home ଜିଲ୍ଲା କନ୍ଧମାଳ କନ୍ଧମାଳ ଜିଲ୍ଲା: ଆରପାରିରେ ବରିଷ୍ଠ ବିଜେପି ନେତା ବିପ୍ର ପ୍ରଧାନ

କନ୍ଧମାଳ ଜିଲ୍ଲା: ଆରପାରିରେ ବରିଷ୍ଠ ବିଜେପି ନେତା ବିପ୍ର ପ୍ରଧାନ

182

କନ୍ଧମାଳ,୦୬-୧୧-୨୦୨୦(ଜିଲ୍ଲା ଖବର): ବରିଷ୍ଠ ବିଜେପି ନେତା ବିପ୍ର ପ୍ରଧାନ ଙ୍କର ଗତକାଲି ବିଳମ୍ବିତ ରାତିରେ ବିୟୋଗ ହୋଇଛି l ତାଙ୍କର ଅକାଳ ବିୟୋଗ ଖବରଶୁଣି କ. ନୂଆଗାଁ ଗୁଂଜିଗାଁକୁ ବିଶିଷ୍ଟ ବ୍ୟକ୍ତି ଓ ରାଜନେତା ସୁଅ ଛୁଟିଥିଲା l ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ହୋଇଥିଲା l କିଛି ଦିନ ତଳେ ସେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ l ଏକା ଧାରାରେ ସେଜଣେ ପୂର୍ଵତନ ସମିତି ସଭ୍ୟ ଆଦିବାସୀ ନେତା ସମାଜସେବୀ ନିର୍ଭିକ ସ୍ପଷ୍ଟବାଦୀ ଓ ମେଳାପୀ ସ୍ଵଭାଵର ଥିଲେ ତାଙ୍କ ଶେଷ ଦର୍ଶନଓ ଶ୍ରଦ୍ଧାଞ୍ଜଳି ଦେବାକୁ ବାଲିଗୁଡା ବିଧାୟକ ଚକ୍ରମଣି କଁହର ଓ ବିଜେପି ଜ଼ିଲ୍ଲା ସଭାପତି ଜଗନ୍ନାଥ ସାହୁ ବିଭିନ୍ନ ସଂଗଠନ ସାମ୍ବାଦିକ ଯୋଗଦେଇଥିଲେ l ଗାଁ ମଶାଣିରେ ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କ ମରଶରୀରକୁ ଶେଷକୃତ୍ୟ ସମ୍ପର୍ଣ କରାଯାଇ ଥିଲା l ବିପ୍ରଭାଇଙ୍କ ବିୟୋଗ ବିଜେପି ପାଇଁ ଏକ ଅପୂରଣୀୟ କ୍ଷତି ହୋଇଗଲା l
ସୁକାନ୍ତ କୁମାର ତ୍ରିପାଠୀ, ସମ୍ବାଦଦାତା, କନ୍ଧମାଳ