Monday, October 12, 2026
Home ଜାତୀୟ ଓଡ଼ିଶାର 28,667 ପେନସନଭୋଗୀଙ୍କୁ 137.15 କୋଟି ଟଙ୍କା ପ୍ରଦାନ

ଓଡ଼ିଶାର 28,667 ପେନସନଭୋଗୀଙ୍କୁ 137.15 କୋଟି ଟଙ୍କା ପ୍ରଦାନ

41

ନୂଆଦିଲ୍ଲୀ,୦୬-୧୧-୨୦୨୦(ପିଆଇବି/ଜିଲ୍ଲା ଖବର):

ୱାନ ରେଙ୍କ ୱାନ ପେନସନ (ଓଆରଓପି) ଲାଗୁ କରିବା ଲାଗି ଭାରତ ସରକାର 7.11.2015ରେ ଏକ ନିର୍ଦ୍ଦେଶ ଜାରି କରିଥିଲେ । ଏହି ଲାଭ 01.07.2014ଠାରୁ କାର୍ଯ୍ୟକାରୀ ହୋଇଥଲା । ବିପୁଳ ଆର୍ଥିକ ବୋଝ ସତ୍ତ୍ୱେ ଅବସରପ୍ରାପ୍ତ ସେନା କର୍ମଚାରୀମାନଙ୍କର କଲ୍ୟାଣ ପ୍ରତି ରହିଥିବା ପ୍ରତିବଦ୍ଧତାକୁ ବ୍ୟକ୍ତ କରି ସରକାର ଏହାକୁ କାର୍ଯ୍ୟକାରୀ କରିଥିଲେ। 30.06.2014 ସୁଦ୍ଧା ଅବସର ଗ୍ରହଣ କରିଥିବା ସେନା କର୍ମଚାରୀମାନଙ୍କୁ ଏହି ନିର୍ଦ୍ଦେଶ ଅଧୀନରେ ସାମିଲ କରାଯାଇଥିଲା। ପ୍ରତିରକ୍ଷା ପେନସନର ପରିମାଣ ଏବଂ ଜଟିଳତାକୁ ଆଖି ଆଗରେ ରଖି ଓଆରଓପି କାର୍ଯ୍ୟକାରୀ କରିବା ପୂର୍ବରୁ ବିଶେଷଜ୍ଞ ଓ ପୂର୍ବତନ ସେନା କର୍ମଚାରୀମାନଙ୍କର ସହିତ ବ୍ୟାପକ ବିଚାରବିମର୍ଷ କରାଯାଇଥଲା।

ଅବସରପ୍ରାପ୍ତ ସେନା କର୍ମଚାରୀମାନେ ଦୀର୍ଘ 45 ବର୍ଷ ଧରି ଓଆରଓପିକୁ କାର୍ଯ୍ୟକାରୀ କରିବା ଲାଗି ଆନ୍ଦୋଳନ କରି ଆସୁଥିଲେ ମଧ୍ୟ 2015 ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରାଯାଇନଥିଲା।

ଓଆରଓପିର ଅର୍ଥ ଅବସର ତାରିଖ ଯାହା ହେଉ ପଛେ ସମାନ ରେଙ୍କ ଏବଂ ସମାନ ଅବଧିର ସେବା ପାଇଁ ଅବସର ଗ୍ରହଣ କରୁଥିବା ସେନା କର୍ମଚାରୀମାନଙ୍କୁ ସମାନ ପେନସନ ପ୍ରଦାନ କରାଯିବ। ତେଣୁ, ବିଭିନ୍ନ ଅବଧି ଅନ୍ତରାଳରେ ବର୍ତ୍ତମାନ ଓ ପୂର୍ବରୁ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କ ପେନସନ ହାରରେ ରହିଥିବା ଶୂନ୍ୟସ୍ଥାନକୁ ପୂରଣ କରିବା ଓଆରଓପିର ଉଦ୍ଦେଶ୍ୟ।

ଓଆରଓପି ଲାଗୁ ହେବା ପରେ ଏରିଅର ଆକାରରେ 20,60,220 ପ୍ରତିରକ୍ଷା ପେନସନ/ପରିବାର ପେନସନଭୋଗୀମାନଙ୍କୁ 10795.4 କୋଟି ଟଙ୍କା ପ୍ରଦାନ କରାଯାଇ ସାରିଛି। ଓଆରଓପି ବାବଦ ଆବର୍ତ୍ତି ବ୍ୟୟ ପାଖାପାଖି 7123.38 କୋଟି ଟଙ୍କା ହୋଇଥିବା ବେଳେ 01.07.2014ରୁ ଆରମ୍ଭ ହୋଇଥିବା 6 ବର୍ଷ ଲାଗି ମୋଟ ଆବର୍ତ୍ତି ବ୍ୟୟ ପାଖାପାଖି 42740.28 କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।

ଓଆରଓପି ପେନସନଭୋଗୀମାନେ 2.57 ଗୁଣନକାରକ ହାରରେ ହିସାବ କରି ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଅନୁଯାୟୀ ପେନସନ ଲାଭ ପାଇପାରିବେ।

ଏହି ଅବଧି ମଧ୍ୟରେ ଓଡ଼ିଶା 28,667 ଜଣ ପେନସନଭୋଗୀଙ୍କୁ 137,15 କୋଟି ଟଙ୍କା ପ୍ରଦାନ କରାଯାଇଛି।

ଓଆରଓପି ଏରିଅର୍ସ ଆକାରରେ 11.10.2019 ସୁଦ୍ଧା ରାଜ୍ୟୱାରୀ ଜାରି କରାଯାଇଥିବା ତଥ୍ୟ।

କ୍ରଂସଂ.ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ନାମଓଆରଓପି ହିତାଧିକାରୀଙ୍କ ସଂଖ୍ୟାଓଆରଓପି ଏରିୟର୍ସ ଆକାରରେ ଜାରି ହୋଇଥିବା ଅର୍ଥରାଶି (କୋଟିରେ)
1.ଆଣ୍ଡାମାନ ଓ ନିକୋବାର3802.25
2.ଆନ୍ଧ୍ରପ୍ରଦେଶ47,191259.64
3.ଅରୁଣାଚଳ ପ୍ରଦେଶ2,24510.42
4.ଆସାମ35,246164.14
5.ବିହାର73,757350.96
6.ଚଣ୍ଡିଗଡ଼7,08858.69
7.ଛତିଶଗଡ଼4,28925.64
8.ଦାଦ୍ରା ନଗର ହାଭେଳୀ80.13
9.ଡାମନ ଓ ଡିଉ160.08
10.ଦିଲ୍ଲୀ46,626445.11
11.ଗୋଆ9887.87
12.ଗୁଜରାଟ17,79788.79
13.ହରିୟାଣା1,84,126909.28
14.ହିମାଚଳ ପ୍ରଦେଶ94,709412.48
15.ଜମ୍ମୁ ଓ କଶ୍ମୀର62,160293.4
16.ଝାଡ଼ଖଣ୍ଡ12,91562.81
17.କର୍ଣ୍ଣାଟକ60,566380.76
18.କେରଳ1,37,418726.41
19.ଲାକ୍ଷାଦୀପ400.26
20.ମଧ୍ୟପ୍ରଦେଶ37,118196.2
21.ମହାରାଷ୍ଟ୍ର1,30,158775.47
22.ମଣିପୁର4,01615.64
23.ମେଘାଳୟ1,9919.71
24.ମିଜୋରାମ1,6237.12
25.ନାଗାଲାଣ୍ଡ1,1766.5
26.ଓଡ଼ିଶା28,667137.15
27.ପଣ୍ଡିଚେରୀ1,4638.64
28.ପଞ୍ଜାବ2,11,9151095.44
29.ରାଜସ୍ଥାନ1,10,675511.62
30.ସିକିମ7893.63
31.ତାମିଲନାଡ଼ୁ1,16,627628.77
32.ତେଲଙ୍ଗାନା17,811112
33.ତ୍ରିପୁରା1,5017.66
34.ଉତ୍ତର ପ୍ରଦେଶ2,28,3261038.23
35.ଉତ୍ତରାଖଣ୍ଡ1,16,553530.57
36.ପଶ୍ଚିମବଙ୍ଗ79,194391.3
 ମୋଟ18,67,3299,638.05

• ଉପରୋକ୍ତ ଦେଶବ୍ୟାପୀ ଦେୟ ବିବରଣୀରେ ନେପାଳୀ ପେନସନଭୋଗୀଙ୍କ ବିବରଣୀ ଅନ୍ତର୍ଭୂକ୍ତ କରାଯାଇ ନାହିଁ ।