Wednesday, July 29, 2026
Home ଅପରାଧ ଖୋର୍ଦ୍ଧା ଜ଼ିଲ୍ଲା: ମୋରମ ଚାଲାଣବେଳେ ୪ଟ୍ରକ୍ ଓ ଟ୍ରାକ୍ଟର ଜବତ

ଖୋର୍ଦ୍ଧା ଜ଼ିଲ୍ଲା: ମୋରମ ଚାଲାଣବେଳେ ୪ଟ୍ରକ୍ ଓ ଟ୍ରାକ୍ଟର ଜବତ

18

ଜଟଣୀ,୦୬-୧୧-୨୦୨୦(ଜ଼ିଲ୍ଲା ଖବର):
ଜଟଣୀ ତହସିଲ ଅଧୀନ ବିଭିନ୍ନ ଅଞ୍ଚଳରେ ବେଆଇନ ମୋରମ ଓ ପଥର ଚାଲାଣବେଳେ ତହସିଲଦାରଙ୍କ ଦ୍ବାରା ୪ଟି ଟ୍ରକ୍ ଓ ଟ୍ରାକ୍ଟର ଜବତ ହୋଇଛି । ଏମାନଙ୍କ ଠାରୁ ଜୋରିମାନା ଆଦାୟକରି ଛଡ଼ା ଯିବ ବୋଲି ତହସିଲ ପକ୍ଷରୁ ସୂଚନା ମିଳିଛି । ଜଟଣୀ ତହସିଲ ଅଧୀନ ଜଟଣୀ ମୁଖ୍ୟ ରାସ୍ତାରେ ବେଆଇନ ଚୋରା ପଥର ଏବଂ ମୋରମ ଚାଲାଣ ହେଉଥିବା ନେଇ ତହସିଲଦାର ତପନ କୁମାର ମହାପାତ୍ର ସୂଚନା ପାଇଥିଲେ ।

ତେବେ ଏ ନେଇ ତହସିଲ୍ ଟିମ୍ ପାଟ୍ରୋଲିଂ କରୁଥିବାବେଳେ ଗାଡ଼ିଗୁଡ଼ିକୁ ଧରିଥିଲେ। ଜବତ ଗାଡ଼ି ମାଲିକମାନେ ଫାଇନ୍ ଦେଇ ପୁନର୍ବାର ଚୋରା ଚାଲାଣ କାରବାରରେ ଲିପ୍ତ ରହୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ସଂଜୀବି କୁମାର, ସମ୍ବାଦଦାତା, ଜଟଣୀ