Home ଅପରାଧ ଖୋର୍ଦ୍ଧା ଜ଼ିଲ୍ଲା: ଯୌତୁକଜନିତ ବଧୂଙ୍କୁ ହତ୍ୟା ଘଟଣା:ସ୍ବାମୀ ସମେତ ୩ କୋର୍ଟ ଚାଲାଣ

ଖୋର୍ଦ୍ଧା ଜ଼ିଲ୍ଲା: ଯୌତୁକଜନିତ ବଧୂଙ୍କୁ ହତ୍ୟା ଘଟଣା:ସ୍ବାମୀ ସମେତ ୩ କୋର୍ଟ ଚାଲାଣ

30
Image:GN/rp

ଜଟଣୀ,୦୬-୧୧-୨୦୨୦(ଜ଼ିଲ୍ଲା ଖବର):
ଜଟଣୀ ଥାନା ବିଶିଆପଡ଼ା ରାଣୀପୁରରେ ଯୌତୁକ ଜନିତ ବଧୂଙ୍କୁ ହତ୍ୟା ଘଟଣାରେ ସ୍ୱାମୀ ସମେତ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜଟଣୀ ଥାନା ଅନ୍ତର୍ଗତ ବିଶି ଆପଡ଼ା ରାଣୀପୁରର କୈଳାସ ଭୂୟାଁଙ୍କ ପୁଅ ସନ୍ତୋଷ ଭୂୟାଁ ଗଡ଼ଖୋର୍ଦ୍ଧା ଅଞ୍ଚଳର ସୁନିତା ପରିଡ଼ା(୨୨)ଙ୍କୁ ବିବାହ କରିଥିଲେ। ରବିବାର ସୁନିତା ଘରେ ଶୋଇଥିବାବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଘରର କବାଟ ନ ଖୋଲିବାରୁ ଶାଶୁ ଡାକିଥିଲେ ।

ମାତ୍ର ନଶୁଣିବାରୁ ପାଖପଡ଼ୋଶୀ ଲୋକଙ୍କୁ ଜଣାଇଥିଲେ । ଏଥିସହିତ ସୁନିତାଙ୍କ ଶାଶୁ ବୋହୁର ପରିବାର ଲୋକଙ୍କୁ ଜଣାଇଥିଲେ । ଖବରପାଇ ସୁନିତାଙ୍କ ବଡ଼ଭାଇ ଏବଂ ଦାଦା ଘଟଣା ସ୍ଥଳରେ ପହଞ୍ଚିବାପରେ ସୁନିତା ଘରେ ରଶି ସାହାଯ୍ୟରେ ଝୁଲି ରହିଥିବା ଦେଖିଥିଲେ । ସୁନିତାଙ୍କ ଭାଇ ଥାନାରେ ତାଙ୍କ ଭଉଣୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ପୁଲିସ ସ୍ବାମୀ, ଶାଶୁ ଓ ଶ୍ବଶୁରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା ।

ସମସ୍ତ ଘଟଣାର ତଦନ୍ତ ପରେ ବୁଧବାର ପୁଲିସ ସୁନିତାଙ୍କ ସ୍ଵାମୀ ସନ୍ତୋଷ ଭୂୟାଁ, ଶ୍ୱଶୁର କୈଳାସ ଭୂୟାଁ ଏବଂ ଶାଶୁ ରେବତୀ ଭୂୟାଁଙ୍କୁ ଆଜି ଜଟଣୀଥାନା କେସ୍ ନଂ ୪୨୬|୨୦ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ବୋଲି ତଦନ୍ତକାରୀ ଅଫିସର ଏକେ ଜେନା କହିଛନ୍ତି |

ସଂଜୀବି କୁମାର, ସମ୍ବାଦଦାତା, ଜଟଣୀ