
ରାୟଗଡ଼ା,୦୬-୧୧-୨୦୨୦(ଜିଲ୍ଲା ଖବର): ଗୁଣୁପୁର ଓକିଲଗୁଡା ପଥରଖନନ ବିସ୍ଫୋରଣ ମାମଲାରେ କଠୋର ହୋଇଛି ଜିଲ୍ଲା ପ୍ରଶାସନ ପୂର୍ବରୁ କୈଫତ ମଗା ଯାଇଥିବା ଗୁଣୁପୁର ତହସିଲଦାର ଆଉ ଚାରି ଷ୍ଟାପ୍ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଛି ଜିଲ୍ଲା ପ୍ରଶାସନ। ତହସିଲ କାର୍ଯ୍ୟାଳୟ ରେ ସୁପରଭାଇଜର ଶରତଚନ୍ଦ୍ର ଆନନ୍ଦ ଙ୍କୁ କାର୍ଯ୍ୟ ରୁ ନିଲମ୍ବନ କରାଯାଇଛି। ଅତିରିକ୍ତ ତହସିଲଦାର କୁଶ ଗରଢା ଙ୍କ ବିରୋଧରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ଶୁପାରିଶ କରିବା ପରେ ସଦର ରାଜସ୍ୱ ନିରୀକ୍ଷକ ସନ୍ତଷୋ କୁମାର ପଣ୍ଡାଙ୍କୁ କାଶୀପୁର ଓ ଅତିରିକ୍ତ ରାଜସ୍ବ ନିରୀକ୍ଷକ ସନ୍ତଷୋ କୁମାର ଦାସ ଙ୍କୁ ମୁନିଗୁଡା ବଦଳି କରାଯାଇଛି।
ପ୍ରସନ କୁମାର ପଣ୍ଡା, ସମ୍ବାଦଦାତା, ବିଷମକଟକ




