Tuesday, October 13, 2026
Home ଅପରାଧ କନ୍ଧମାଳ ଜିଲ୍ଲା:ଫିରିଙ୍ଗିଆ ବିଡିଓ ଙ୍କ ପତ୍ନୀ ଆତ୍ମହତ୍ୟା

କନ୍ଧମାଳ ଜିଲ୍ଲା:ଫିରିଙ୍ଗିଆ ବିଡିଓ ଙ୍କ ପତ୍ନୀ ଆତ୍ମହତ୍ୟା

117

ବାଲିଗୁଡା,(କନ୍ଧମାଳ ଜିଲ୍ଲା) ୦୫-୧୧-୨୦୨୦:(ଜିଲ୍ଲା ଖବର): ଫିରିଙ୍ଗିଆ ବିଡିଓ ରଶ୍ଚିରଂଜନ ମହନ୍ତଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି | ମୃତକ ଜଣକ ହେଉଛନ୍ତି ସରିତା ସାମଲ ଓ ତାଙ୍କ ବୟସ ୩୧ ବର୍ଷ। ସେ ଗତ ୩ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ୨ ବର୍ଷର ପୁଅ ଅଛି। ରଶ୍ମିରଞ୍ଜନ ମହନ୍ତଙ୍କ ସ୍ତ୍ରୀ ସରିତା ସାମଲ ନିଜ ଓଢଣୀରେ ଶୋଇବା ଘରେ କୌଣସି କାରଣରୁ ବାନ୍ଧି ହୋଇ ଆତ୍ମହତ୍ୟା କରିଛନ୍ତି I ତାଙ୍କୁ ଉଦ୍ଧାର କରି ଫିରିଙ୍ଗିଆ ମେଡିକାଲକୁ ପ୍ରଥମେ ନିଆଯାଇଥିଲା ହେଲେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଜବତ କରି ବ୍ୟବଛଦ ପାଇଁ ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀଙ୍କୁ ପଠାଇଥିଲେ | ଏନେଇ ପୋଲିସ ଏକ ଅପମୃତୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି |

ସୁକାନ୍ତ କୁମାର ତ୍ରିପାଠୀ, ସମ୍ବାଦଦାତା, ବାଲିଗୁଡା