
ବ୍ରହ୍ମପୁର,୦୫-୧୧-୨୦୨୦(ଜିଲ୍ଲା ଖବର): ବ୍ରହ୍ମପୁର ରେଳ ଷ୍ଟେସନ୍ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ରେଳସେବାର ଘରୋଇକରଣ ନିଷ୍ପତିକୁ ବିରୋଧ କରି ଜନ ଅଭିଯାନ ଓଡ଼ିଶା , ଗଞ୍ଜାମ ତରଫରୁ ଆଠ ଦଫା ଦାବି ସହ ବିକ୍ଷୋଭ କରିଥିଲେ । ଭାରତୀୟ ରେଳ ହେଉଛି ଆମ ଦେଶର ସର୍ବବୃହତ ରାଷ୍ଟ୍ରାୟତ ଉଦ୍ୟୋଗ । ଜନସାଧାରଣଙ୍କ ଗମନାଗମନ ଠାରୁ ଆରମ୍ଭ କରି ଖଣିଜ ସଂପଦ, ଶିଳ୍ପ ଉତ୍ପାଦିତ ଦ୍ରବ୍ୟ, ଖାଦ୍ୟଶସ୍ୟ ଆଦି ମାଲ ପରିବହନ କ୍ଷେତ୍ରରେ ରେଳସେବା ପ୍ରମୁଖ ଭୂମିକା ଗ୍ରହଣ କରିଛି । ଦାବୀ ସମୂହ – ୧. ରେଳବିଭାଗର ୧୦୯ ଟି ରୁଟରେ ୧୫୧ ଟି ଘରୋଇ ଯାତ୍ରିବାହୀ ଟ୍ରେନ ଚଳାଇବାର ଘୋଷଣା ବାତିଲ କରିବା ସହିତ ରେଳସେବାର ଘରୋଇକରଣ ସପୂର୍ଣ୍ଣ ବନ୍ଦ କରିବା, ୨. ରେଳ ପରିବହନ କୁ କ୍ଷତି ଦର୍ଶାଇ କର୍ମଚାରୀ ଛଟେଇ ବନ୍ଦ କରିବା , ୩.ସ୍ଥାୟୀ ଯାଗାରେ ଠିକା କର୍ମଚାରୀ ପ୍ରଥା ବନ୍ଦ କରିବା, ୪.ଷ୍ଟେସନ ଗୁଡିକୁ ଘରୋଇ କମ୍ପାନିମାନଙ୍କୁ ଲିଜ୍ ଦେବା ଷଢଯନ୍ତ୍ର ବନ୍ଦ କରାଯାଉ, ୫. ଷ୍ଟେସନ ବିକ୍ରିକରି ରେଳ ଷ୍ଟେସନ ଷ୍ଟାଣ୍ଡରେ ଦରବୃଦ୍ଧି / ଫି ବୃଦ୍ଧି ମସୁଧା ବନ୍ଦ କରାଯାଉ, ୬. ବିଭିନ୍ନ ପ୍ରକାର ଚାର୍ଜ ଲଗାଇ ଟିକଟ ଦର, ବରିଷ୍ଠ ନାଗରିକ, ବିକଳାଙ୍ଗ ପାସ୍, ଛାତ୍ରଛାତ୍ରୀ ପାସ୍, ମାସିକିଆ ପାସ୍, ସବସିଡ ବନ୍ଦ ନକରାଯାଉ, ୭. ଷ୍ଟେସନ୍ ପରିସରରେ ଲକ୍ଷ ଲକ୍ଷ ଗରିବ, ବୁଲାବିକାଳି, ରକ୍ସାଚାଳକ, ଅଟୋଚାଳକ ପ୍ରବେଶ ନିଷେଧ ବାତିଲ କରାଯାଉ, ୮.ପ୍ଲାଟଫର୍ମ ଟିକେଟ୍, ବାଇକ୍, କାର୍, ଅଟୋଷ୍ଟାଣ୍ଡ ଭଡା ବଢାଇବା ବନ୍ଦ କରାଯାଉ ଏହି ସବୁ ଦାବୀ ନେଇ ଜନ ଅଭିଜାନ ଓଡ଼ିଶା ତରଫରୁ ସୋମନାଥ ବେହେରାଙ୍କ ନେତୃତ୍ୱରେ ଶିବାନି ଶଙ୍କର ମିଶ୍ର, ଶିବ ପ୍ରସାଦ ରେଡି, ନିମାଇ ଚରଣ ସାହୁ, ଶ୍ରନିବାସ ରାଓ, ଶୁଭସ୍ମିତା ପାଣିଗ୍ରାହୀ, ରବିନ୍ଦ୍ର ପଣ୍ଡାଙ୍କ ସହ ବହୁ ସାଥି ବିକ୍ଷୋଭରେ ଯୋଗ ଦେଇ ଷ୍ଟେସନ ପରିଚାଳକଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରେରଣ କରିଥିଲେ ।


