
ଅହମ୍ମଦାବାଦ,୦୫-୧୧-୨୦୨୦(ଜ଼ିଲ୍ଲା ଖବର): ଅହମ୍ମଦାବାଦର ଏକ ଗୋଦାମରେ ଅଗ୍ନିକାଣ୍ଡ ଜନିତ ପ୍ରାଣହାନୀ ଯୋଗୁଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଅହମ୍ମଦାବାଦର ଏକ ଗୋଦାମରେ ଅଗ୍ନିକାଣ୍ଡ ଜନିତ ପ୍ରାଣହାନୀ ଯୋଗୁଁ ଦୁଃଖିତ । ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଅଧିକାରୀମାନେ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଉଛନ୍ତି” । (ସ୍ରୋତ:ପିଆଇବି)



