
ରାୟଗଡା, ୦୫-୧୧-୨୦୨୦(ଜ଼ିଲ୍ଲା ଖବର): ବିଷମ କଟକ ପୋଲିସ ଦ୍ୱାରା ୩ଟି ବେଆଇନ ମଇଁଷି ବୋଝେଇ ପିକ୍ଅପ୍ ଭେନ ଜବତ । ଏସବୁ ମଇଁଷି ଆନ୍ଧ୍ରପ୍ରଦେଶ କୁ ଚାଲାଣ ହେଉଥିବା ବେଳେ ବିଷମ କଟକ ପୋଲିସ ହାତରେ ଧରାପଡିଛି ।
ପୋଲିସ ଯାଞ୍ଚ କରିବା ସମୟରେ କୌଣସି କାଗଜ ପତ୍ର ନଥିବାରୁ ୩ଟି ପିକ୍ଅପ୍ ସହ ଏଥିରେ ଥିବା ୧୫ ଟି ମଇଁଷି କୁ ଜବତ କରିବା ସହ ତିନିଜଣ କୁ ଗିରଫ କରିଛି । ଖବର ନେଵାରୁ ଜଣା ପଡ଼ିଛି ଅମ୍ବାଦଳା ଗ୍ରାମରୁ ୩ ଟି ପିକ୍ଅପ୍ ଭେନ ରେ ୧୫ ମଇଁଶି ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିବା ବେଳ ଏମାନଙ୍କ ପାଖରେ କୌଣସି ନଥିପତ୍ର ନଥିବାରୁ ତିନୋଟି ପିକ୍ଅପ୍ ଭେନ କୁ ଜବତ କରି ଉଭୟ ଗାଡିର ଡ୍ରାଇଭର ମାନଙ୍କ ନାମରେ ବେଆଇନ ଗୋହତ୍ୟା ମାମଲା ରୁଜୁ କରାଯାଇଥିବା ବିଷମ କଟକ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ଏହି ପରି କାର୍ୟ୍ୟ କୁ ବିଷମକଟକ ଥାନା ଅଧିକାରୀ ଯଶୋବନ୍ତ ହିଆଲ ଓ ବିଷମକଟକ ଏସ୍ଡିପିଓ ଆକାଶ ସାହୁ କୁ ସମସ୍ତ ଜନସାଧାରଣ ସାଧୁବାଦ ଜଣାଇଛନ୍ତି।
ପ୍ରସ୍ନନ ପଣ୍ଡା, ସମ୍ବାଦଦାତା, ରାୟଗଡା





