Sunday, November 15, 2026
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲା: ୩ କିଶୋରୀ ସ୍ୱେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

କନ୍ଧମାଳ ଜିଲ୍ଲା: ୩ କିଶୋରୀ ସ୍ୱେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

25
image: KDN

କନ୍ଧମାଳ,୦୫-୧୧-୨୦୨୦(ଜ଼ିଲ୍ଲା ଖବର): ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ୧୦ମ ସ୍ଥାପନ ଦିବସ ଅବସରରେ କରୋନା ମୁକାବିଲା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କନ୍ଧମାଳ ଜିଲ୍ଲାର ୩ ଜଣ କିଶୋରୀ ସ୍ୱେଚ୍ଛାସେବୀଙ୍କୁ ଜିଲ୍ଲାପାଳ ଡ଼.ବୃନ୍ଦା.ଡ଼ି ତାଙ୍କ କାର୍ଯ୍ୟାଳୟରେ ସମ୍ମାନିତ କରିଛନ୍ତି। ସେମାନେ ହେଲେ ଶଶ୍ମିତା ସାହୁ, ସୁଧାରାଣୀ ସତପଥି ଓ ସରମିଲତା ପ୍ରଧାନ। ସମସ୍ତ କିଶୋରୀମାନେ କ.ନୂଆଗାଁ ବ୍ଲକର ବିଭିନ୍ନ ଅଂଚଳକୁ ପ୍ରତିନିଧିତ୍ୱ କରୁଛନ୍ତି। ଏହି ବାଳିକାମାନେ କୋଭିଡ୍‍ ସମୟରେ ସମାଜ ପାଇଁ ଅନେକ ଜନହିତକର କାର୍ଯ୍ୟ କରିଛନ୍ତି।