Tuesday, October 13, 2026
Home ଅପରାଧ କନ୍ଧମାଳ ଜିଲ୍ଲା: ଫୁଲବାଣୀ ବନ୍ଦ ସାହିରେ ଗତ ବିଳମ୍ବିତ ରାତିରେ ଟିଟନ ବେହେରା ଙ୍କ ଘର...

କନ୍ଧମାଳ ଜିଲ୍ଲା: ଫୁଲବାଣୀ ବନ୍ଦ ସାହିରେ ଗତ ବିଳମ୍ବିତ ରାତିରେ ଟିଟନ ବେହେରା ଙ୍କ ଘର ଉପରେ ହୋଇଛି ବୋମାମାଡ

123

ବାଲିଗୁଡା,୦୫-୧୧-୨୦୨୦(ଜ଼ିଲ୍ଲା ଖବର): କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍ ଥାନା ଅନ୍ତର୍ଗତ କାଳୀ ମନ୍ଦିର ନିକଟ ବନ୍ଦ ସାହିରେ ଗତ ବିଳମ୍ବିତ ରାତିରେ ଟିଟନ ବେହେରା ଙ୍କ ଘର ଉପରେ ହୋଇଛି ବୋମାମାଡ l

ରାତି ପ୍ରାୟ ୨.୪୫ ସମୟରେ ୪ ଜଣ ଦୃବର୍ତ୍ତ ଦୁଇଟି ବାଇକ୍ ରେ ଆସି ଟିଟନ ଙ୍କ ପରିବାର ଘରେ ଶୋଇଥିବା ସମୟରେ ତିନୋଟି ବୋମାମାଡ କରିଥିଲେ ଯାହା ଫଳରେ ଟିଟନ ଙ୍କ ଘରର ଏସିସିଟ ଭାଙ୍ଗିଯାଇଥିଲା କିନ୍ତୁ ଅଳ୍ପକେ ବର୍ତ୍ତୀ ଯାଇ ଥିଲେ ପରିବାର ଲୋକେ l ଗତ କିଛି ଦିନ ତଳେ ରାଜକୁମାର ସହ ଟିଟନ ବେହେରା ଙ୍କ ମଧ୍ୟରେ ବଚଶା ହୋଇଥିଲା l ରାଜକୁମାର ଟିଟନ ଙ୍କୁ ଜିବନରେ ମାରିଦେବା କୁ ଧମକ ଦେଇଥିଲେ l

ଏହାର ସୁଯୋଗ ନେଇ ରାଜକୁମାର ବିଳମ୍ବିତ ରାତିରେ ଟିଟନ ଙ୍କ ଘର ଉପରକୁ ବୋମା ମାଡ କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ l ରାଜକୁମାର ଙ୍କ ନାରେ ଆଗରୁ ବହୁତ ଅପରାଧିକ ମାମଲା ରହିଛି l ଟାଉନ ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି l

ସୁକାନ୍ତ କୁମାର ତ୍ରିପାଠୀ, ସମ୍ବାଦଦାତା, ବାଲିଗୁଡା