
ବାଲିଗୁଡା,୦୫-୧୧-୨୦୨୦(ଜ଼ିଲ୍ଲା ଖବର): ରାଇକିଆ ବ୍ଲକ୍ ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟ ନିକଟସ୍ଥ ବୁଲାଣୀ ରାସ୍ତା ପାଖରେ କାଲି ଗୋଟିଏ ଅଜଣା କାର୍ ସହିତ ମଟର ସାଇକେଲ ମୁହାଁମୁହିଁ ଧକା ହୋଇଥିଲା | ଫଳରେ ମଟର ସାଇକେଲ ରେ ଯାଉଥିବା ଭାଇ ଭଉଣୀ ଘଟଣା ସ୍ଥଳରେ ଗୁରୁତର ଆହତ ହୋଇଛନ୍ତି। ସୂଚନା ପାଇ ରାଇକିଆ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ଦୁହିଁଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପୀଡ଼ିତ ଭାଇ ଭଉଣୀ ରାଇକିଆ ବ୍ଲକ୍ ମଣ୍ଡାକିଆ ପଞ୍ଚାୟତ ଅନ୍ତର୍ଗତ କତେଡିକିଆ ଗ୍ରାମର ହୋଇଥିବା ଜଣା ପଡିଛି |
ସୁକାନ୍ତ କୁମାର ତ୍ରିପାଠୀ, ସମ୍ବାଦଦାତା, ବାଲିଗୁଡା



