Thursday, November 12, 2026
Home ଆଞ୍ଚଳିକ ହିଞ୍ଜିଳିକାଟୁ:ଜାତୀୟ ରାଜପଥ ୫୯ ମାଛ ମାର୍କେଟ ନିକଟରେ ଦୁର୍ଘଟଣା

ହିଞ୍ଜିଳିକାଟୁ:ଜାତୀୟ ରାଜପଥ ୫୯ ମାଛ ମାର୍କେଟ ନିକଟରେ ଦୁର୍ଘଟଣା

25

ହିଞ୍ଜିଳିକାଟୁ,୦୫-୧୧-୨୦୨୦(ଜ଼ିଲ୍ଲା ଖବର): ଜାତୀୟ ରାଜପଥ ୫୯ ମାଛ ମାର୍କେଟ ନିକଟରେ ଆଜି ସନ୍ଦ୍ୟା ରେ ଏକ ଅଟୋ ବ୍ରହ୍ମପୁର ରୁ ଆସୁଥିବା ବେଳେ ହିଞ୍ଜିଳିକାଟୁ ମାଛ ମାର୍କେଟ ନିକଟରେ ଏକ ଇଲେକ୍ଟ୍ରି ପୋଲା ପିଟି ହୋଇ ଦୁର୍ଘଟଣା ହୋଇଛି l

ଏହି ଦୁର୍ଘଟଣା ରେ ଗଙ୍ଗାରାମ ଖଣ୍ଡି (୧୮)ଓ ସୁମନ ଜେନା (୧୪) ଉଭୟ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଭର୍ତ୍ତି କରିଥିଲେ l ଆହତ 2ଜନ ଙ୍କ ହିଞ୍ଜିଳିକାଟୁ ନିକଟସ୍ଥ ଶିକିରି ଗ୍ରାମ ବୋଲି ଜଣା ପଡିଛି l

ରଜନୀକାନ୍ତ ପାତ୍ର, ସମ୍ବାଦଦାତା, ହିଂଜିଳିକାଟୁ