
ଜଟଣୀ,୦୫-୧୧-୨୦୨୦(ଜ଼ିଲ୍ଲା ଖବର): ଜଟଣୀ ପୌରପରିଷଦ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ସ୍ଵଚ୍ଛ ସର୍ବେକ୍ଷଣ- ୨୦ ୨୧ ଆୟୋଜିତ ହୋଇଯାଇଛି । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସହରାଞ୍ଚଳକୁ ସ୍ବଚ୍ଛ ରଖିବାକୁ ସମସ୍ତ ପୌରପରିଷଦକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଜଟଣୀ ପୌରପରିଷଦ ପକ୍ଷରୁ । ନିର୍ଦ୍ଦେଶକୁ ଗୁରୁତ୍ବ ଦିଆଯାଇ ଏହି କାର୍ଯ୍ୟକ୍ରମ କରାଯାଇଥିବା କୁହାଯାଇଛି । ପୌରନିର୍ବାହୀ ଅଧୁକାରୀ ଦିଲ୍ଲୀପ କୁମାର ମହାନ୍ତି ଜଟଣୀ ପୌରକାର୍ଯ୍ୟାଳୟରେ ଯୋଗଦେବା ପରେ ସହରର ସ୍ୱଚ୍ଛତା ଉପରେ ଅଧୁକ ଗୁରୁତ୍ୱ ଦେଇଛନ୍ତି । ପ୍ରତିଦିନ ସହରାଞ୍ଚଳକୁ ସଫେଇ କରାଯିବାପରେ ବ୍ୟବସାୟୀମାନଙ୍କୁ ସ୍ୱଛତା ବଜାୟ ରଖିବାକୁ ସଚେତନତା ମାଧ୍ୟମରେ ନିର୍ଦ୍ଦେଶ ଜାରି କରାଯାଇଛି । ଆଜି ଆରମ୍ଭ ହୋଇଥିବା ଏହି ସ୍ୱଚ୍ଛ ସର୍ବେକ୍ଷଣ କାର୍ଯ୍ୟକ୍ରମ ୨୦୨୧ ଜାନୁୟାରୀ ପର୍ଯ୍ୟନ୍ତ ଚାଲିବ । ଘରୁ ବାହାରୁଥିବା ଆବର୍ଜନାଗୁଡ଼ିକୁ ସେପ୍ଟେଜ୍ମା ଧ୍ୟମରେ ଜୈବଖତ ପ୍ରସ୍ତୁତ ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ପୌରପରିଷଦ ସଫେଇ କର୍ମଚାରୀମାନଙ୍କ ଦ୍ଵାରା ପ୍ରତ୍ୟେକ ଘରୁ ସଂଗୃହୀତ ଓଦା ଓ ଶୁଖିଲା ଅଳିଆଆବର୍ଜନାରୁ ଏହା ପ୍ରସ୍ତୁତ ହେବ ସେ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ମା’ ଦୁର୍ଗା କ୍ରିକେଟ୍ ଟିମ୍ ଓ ପୌରକର୍ମଚାରୀମାନେ ମିଳିତଭାବେ ପୌରପରିଷଦର ୱାର୍ଡ ନଂ ୪ ରାଜାବଜାର ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରିଥିଲେ । ଏଥିରେ ବ୍ୟବସାୟୀ ଓ ସ୍ଥାନୀୟ ବାସିନ୍ଦାମାନଙ୍କୁ ସ୍ୱଚ୍ଛତା ସମ୍ପର୍କରେ ସଚେତନତା କରାଯାଇଥିଲା । ପୌରପରିଷଦ ସାନିଟେସନ ଏକ୍ସପର୍ଟ ଗୀତିକା ସୁବୁଦ୍ଧିଙ୍କ ତତ୍ବାବଧାନରେ ପୌରପରିଷଦର ୱାର୍ଡ ନଂ ୮ ଅଞ୍ଚଳରେ ମଧ୍ୟ ଅନୁରୂପଭାବେ ସ୍ଵଚ୍ଛତାଭିତ୍ତିକ ସଚେତନତା ବୈଠକ ଆୟୋଜିତ ହୋଇଥିଲା । ଏଥିରେ ସ୍ଵଚ୍ଛସାଥୀ ଓ ସୁପରଭାଇଜରମାନେ ଯୋଗଦାନ ଦେଇଥିଲେ। କାର୍ଯ୍ୟକ୍ରମରେ ପୌରନିର୍ବାହୀ ଦିଲ୍ଲୀପ କୁମାର ମହାନ୍ତିଙ୍କ ସହିତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।
ସଞ୍ଜୀବ କୁମାର, ସମ୍ବାଦଦାତା, ଖୋର୍ଦ୍ଧା ଜିଲ୍ଲା



