Monday, October 19, 2026
Home ଆଞ୍ଚଳିକ ମହୁଲପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ କୁ ଗ୍ରାମବାସୀ ଙ୍କ ତୀବ୍ର ବିରୋଧ:ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଜିଲ୍ଲା...

ମହୁଲପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ କୁ ଗ୍ରାମବାସୀ ଙ୍କ ତୀବ୍ର ବିରୋଧ:ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ

151

ଜଗନ୍ନାଥ ପ୍ରସାଦ,୦୪-୧୧-୨୦୨୦(ଜିଲ୍ଲା ଖବର): ସରକାରଙ୍କ ଶିକ୍ଷା ମାରଣ ନୀତି ଯୋଗୁଁ ବହୁ ବିଦ୍ୟାଳୟ ଅନ୍ୟ ବିଦ୍ୟାଳୟ ରେ ସାମିଲ ହେବା ଯୋଗୁଁ ଗ୍ରାମବାସୀ ମାନେ ଏହାର ତୀବ୍ର ବିରୋଧ କରିଛନ୍ତି। ଦ୍ୱାର ପାଖରେ ଶିକ୍ଷା ବ୍ୟବସ୍ଥା ପାଇଁ ସରକାର ଡିଣ୍ଡିମ ପିଟୁଥିବା ବେଳେ ଗାଁ ପାଖରେ ଥିବା ବିଦ୍ୟାଳୟ ଗୁଡିକୁ ବନ୍ଦ କରି ଦୂର ଗ୍ରାମ ବିଦ୍ୟାଳୟ ରେ ଜାଇ ପାଠ ପଢିବା ଆଦେଶ ଯୋଗୁଁ ତୀବ୍ର ଜନ ଅସନ୍ତୋଷ ଦେଖା ଦେଇଛି। ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବି.ଇ .ଓ ଅନ୍ତର୍ଗତ ମହୁଲପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ କମ ପିଲା ଥିବା ଦର୍ଶେଇ ବନ୍ଦ କରା ଯାଇ କଣ୍ଡରସିଂ ପ୍ରାଥମିକ ବିଦ୍ୟାଳୟର ରେ ପାଠ ପଢିବା ପାଇଁ ବି.ଇ. ଓ ଚିଠି କରିଛନ୍ତି, କିନ୍ତୁ ମହୁଲପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ରେ 40 ରୁ ଉର୍ଦ୍ଧ୍ବ ପିଲା ପାଠ ପଢିବା ପାଇଁ ରହିଛନ୍ତି।ପିଲା ମନେ କଣ୍ଡରସିଂ ବିଦ୍ୟାଳୟ କୁ ଗଲା ବେଳେ ଜନଗହଳି ପୂର୍ଣ ରାସ୍ତା ଅତିକ୍ରମ କଲା ବେଳେ ଦୃଘଟଣା ର ଶିକାର ହୋଇ ମୃତ୍ୟୁ ବରଣ କରିବାର ସମ୍ଭାବନା ରହିଛି।ସେହିଭଳି ବିପଦ ପୂର୍ଣ କନ୍ଧ ପୋଖରୀ ଓ ନାଳ ଅତିକ୍ରମ କଲା ବେଳେ ପିଲା ମାନେ ବୁଡି ମାରିବା ଭି ଆଶଙ୍କା ରହିଛି।କଣ୍ଡରସିଂ ବିଦ୍ୟାଳୟ ରେ 80 ରୁ ଉର୍ଦ୍ଧ୍ବ ପିଲା ଥିବା ବେଳେ ପୁଣି ମହୁଲପଲ୍ଲି ବିଦ୍ୟାଳୟ ର 40 ଜଣ ଛାତ୍ରଛାତ୍ରୀ ସେଠାରେ ପାଠ ପଡିବାରେ ବାଧା ସୃଷ୍ଟି ହେବ।ତେଣୁ ମହୁଲପଲ୍ଲୀ ବିଦ୍ୟାଳୟ କୁ ବନ୍ଦ କରାଗଲେ ପିଲା ମାନଙ୍କ ଭବିଷ୍ୟତ ଓ ଦୃଘଟଣା ଜନିତ ମୃତ୍ୟୁ ପାଇଁ ସରକାର ଦାଇ ରହିବେ ବୋଲି ମହୁଲପଲ୍ଲୀ ଗ୍ରାମବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ,ଗଣଶିକ୍ଷା ବିଭାଗ ସଚିବ,ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରଶାସନ ଓ ବ୍ଲକ ବି.ଇ. ଓ ଙ୍କୁ ଲିଖିତ ଜଣେଇଛନ୍ତି।ମହୁଲପଲ୍ଲୀ ବିଦ୍ୟାଳୟ ରେ ପ୍ରାୟ 40 ପିଲା, ସ୍କୁଲ କୋଠା, ପାଚେରୀ, ରୋଷେଇ ଘର, ଖେଳ ପଡିଆ ଓ 2 ଜଣ ଶିକ୍ଷକ ରହିଛନ୍ତି। ଯଦି ମହୁଲପଲ୍ଲୀ ବିଦ୍ୟାଳୟ କୁ ବନ୍ଦ କରାଯାଏ ତାହାହେଲେ ଗ୍ରାମବାସୀ ଆନ୍ଦୋଳନ କରିବା ସହ ଉଚ୍ଚ ନ୍ୟାୟାଳୟ ର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି।
ରିପୋର୍ଟ: ନିରାକାର ସାହୁ