Thursday, November 12, 2026
Home ଆଞ୍ଚଳିକ ବୋଲେରୋ ଧକ୍କାରେ ଭାଇ ଓ ଭଉଣୀ ଗୁରୁତର

ବୋଲେରୋ ଧକ୍କାରେ ଭାଇ ଓ ଭଉଣୀ ଗୁରୁତର

18

ଛତ୍ରପୁର ,୦୪-୧୧-୨୦୨୦ (ଜିଲ୍ଲା ଖବର) : ସାନ ଆର୍ଯ୍ୟପଲ୍ଲୀ ଗ୍ରାମରେ ଏକ ଅଜଣା ବୋଲେରୋ ଧକ୍କାରେ ଭାଇ ଭଉଣି ଗୁରୁତର ଆହାତ ହୋଇଛନ୍ତି । ସେମାନେ ହେଲେ ମମତା ନାୟକ(୨୦) ଓ ରବୀନ୍ଦ୍ର ନାୟକ (୧୬) । ମିଳିଥିବା ସୂଚନା ମୁତାବକ ଆର୍ଯ୍ୟିପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ସାନ ଆର୍ଯିପଲ୍ଲୀ ଛକ ଠାରେ ମମତା ଓ ରବୀନ୍ଦ୍ର ଏକ ସାଇକେଲ ଯୋଗେ ଘରକୁ ଯାଉଥିବା ବେଳେ ଏକ ଅଜଣା ବୋଲେରୋ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଭାଇ ଭାଉଣୀ ଦୁଇ ଜଣ ରାସ୍ତାରେ ଛିଟିକି ପଡିଥିଲେ । ଧକ୍କା ଦେଇଥିବା ବୋଲେରୋ ଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଗୁରୁତର ଭାଇ ଭଉଣୀ କୁ ଛତ୍ରପୁର ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି । ଉକ୍ତ ବୋଲେରୋ କୁ ଧରିବା ପାଇଁ ସାଧାରଣରେ ଦାବୀ ହେଉଛି ।

ରିପୋର୍ଟ: କିଶୋର ଚନ୍ଦ୍ର ମହାନ୍ତି