Thursday, November 12, 2026
Home ଆଞ୍ଚଳିକ ଗୁରୁତର ଯୁବକ କୁ ଚିକିତ୍ସା ପାଇଁ ଆର୍ଥିକ ସହାୟତାର ହାତ ବଢ଼ାଇଲେ ଯୁବନେତା

ଗୁରୁତର ଯୁବକ କୁ ଚିକିତ୍ସା ପାଇଁ ଆର୍ଥିକ ସହାୟତାର ହାତ ବଢ଼ାଇଲେ ଯୁବନେତା

127

ଗଞ୍ଜାମ,୪-୧୧-୨୦୨୦ (ଜିଲ୍ଲା ଖବର): ସହରରେ ଦୁଇଦିନ ତଳେ ଜୈନେକ ଦୁର୍ବୁତ୍ତର ଆକ୍ରମଣର ଶିକାର ହୋଇଥିବା ମେଡିକେଲ ରୋଡ଼ ର ଶ୍ୟାମଘନ ସାହୁ ଙ୍କ ପରିବାର କୁ ସ୍ଥାନୀୟ ଯୁବନେତା ସୁଧୀର କୁମାର ପାଢୀ ଆର୍ଥିକ ସହାୟତା ପ୍ରଧାନ କରିଛନ୍ତି।ତାଙ୍କର ଏହି ସହାୟତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଉଛ ପ୍ରଶଂସା କରାଯାଇଛି।

ସୂଚନା ଥାଉକି ଦୁଇଦିନ ତଳେ ସହରର ଜୈନେକ ଅସାମାଜିକ ଯୁବକ ଦ୍ଵାରା ମରଣାନ୍ତକ ଆକ୍ରମଣରେ ଗୁରୁତ୍ତର ଆହତ ହୋଇ ଛତ୍ରପୁର, ବ୍ରହ୍ମପୁର ମେଡିକେଲ ଓ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ମେଡିକାଲ ଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ତାଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ତାଙ୍କୁ ତାଙ୍କୁ ପରିବାରବର୍ଗ ଘରକୁ ନେଇ ଆସିଥିଲେ।

ଏନେଇ ଗଞ୍ଜାମ ଥାନାରେ ଅଭିଯୋଗ ପରେ ୧୩୯/୨୦ ପ୍ରକାରେ କେସ ରୁଜୁ କରାଯାଇଥିବା ଥାନା ଅଧିକାରୀ ଦିଲୀପ କୁମାର ସାହୁ ସୂଚନା ଦେଇଛନ୍ତି। ଆସାମୀ ଫେରାର ଥିବା ବେଳେ, ତାକୁ ପୋଲିସ ଖୋଜୁଛି।

ରିପୋର୍ଟ: ପ୍ରଦୀପ କୁମାର ସାହୁ