Friday, November 13, 2026
Home ଆଞ୍ଚଳିକ ଶ୍ରମିକ ଓ କୃଷକ ମାରଣ ନୀତିକୁ ବିରୋଧ କରିଛି କଂଗ୍ରେସ ଦଳ

ଶ୍ରମିକ ଓ କୃଷକ ମାରଣ ନୀତିକୁ ବିରୋଧ କରିଛି କଂଗ୍ରେସ ଦଳ

75

ରାୟଗଡା,୦୪-୧୧-୨୦୨୦(ଜିଲ୍ଲା ଖବର): ଜିଲ୍ଲା କଂଗ୍ରେସ ଓ ବିଷମ କଟକ ବ୍ଲକ କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ଓ କୃଷକ ମାରଣନୀତିକୁ ବିରୋଧ କରାଯାଇଛି। କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଙ୍କ ନେତୃତ୍ୱ ଶତାଧିକ କଂଗ୍ରେସ କର୍ମୀ ଏକତ୍ରିତ ହୋଇ ବିଷମ କଟକ କଂଗ୍ରେସ ଭବନ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଵାହାରି ବିଷମ କଟକ ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ଧାରଣା ଦେଇଥିଲେ । ସଂସଦ ରେ କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ ହୋଇଥିବା ବିଧେୟକ ପ୍ରତ୍ୟାହାର , କୃଷିଋଣ ଛାଡ଼, ଶ୍ରମିକ ବିରୋଧୀ ଶ୍ରମସଂସ୍କାର ଦାବୀ କରି ରାଷ୍ଟ୍ର ପତିଙ୍କ ଉଦ୍ୟଶରେ ବିଡ଼ିଓ ଙ୍କୁ ଏକ ସ୍ୱାରକ ପତ୍ର ପ୍ରଧାନ କରିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଥ୍ୟା ଯୋଜନା, ବ୍ୟାପକ ଦୁର୍ନୀତି କୁ ତୀବ୍ର ସମାଲୋଚନା କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରରେ ବିଭିନ୍ନ ସ୍ଲୋଗାନ ଦେବା ସହ ଆଗାମୀ ଦିନରେ ଏହାର ସ୍ଥାୟୀ ସମାଧାନ ନହେଲେ ଭାରତ ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି କୋରାପୁଟ ସାଂସଦ I
ରିପୋର୍ଟ: ପ୍ରସନ୍ନ ପଣ୍ଡା