Sunday, October 11, 2026
Home ଆଞ୍ଚଳିକ ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ ୫ ଆହତ ୩ ଗୁରୁତର

ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ ୫ ଆହତ ୩ ଗୁରୁତର

154

ବାଲିଗୁଡା,୦୪-୧୧-୨୦୨୦(ଜିଲ୍ଲା ଖବର): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ଥାନା ଟିକାବାଲି ବ୍ଲକ ଅନ୍ତର୍ଗତ ଗୁଟିଙ୍ଗିଆ ନିକଟ ପାଡାଙ୍ଗୀ ଗ୍ରାମର ଏକ ପରିବାର ଘୁ.ଉଦୟଗିରି ନିକଟ ତେଲିଙ୍ଗିଆ ଗ୍ରାମକୁ କୌଣସି ଏକ କାର୍ଯ୍ୟପାଇଁ ଗୋଟିଏ ଅଟୋ ରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡରେ ଏକ ଇଲେକ୍ଟ୍ରି ପୋଲକୁ ଧକ୍କା ଦେଇଥିଲା। ଫଳରେ ଜଣେ ୪ ବର୍ଷର ଶିଶୁ ସମେତ ପାଞ୍ଚ ଜଣ ଯାତ୍ରୀ ଆହତ ହୋଇଥିଲେ ସେହି ଅଟୋ ର ନମ୍ବର OD 12B-8097 ଥିବା ଜଣା ପଡିଛି | ଆହତମାନେ ହେଲେ ପାଡାଙ୍ଗୀ କପୁନାଜୁର ଏବେନସର ନାୟକ, ବୈଜୟନ୍ତୀ ନାୟକ, ଶୁଶିଳା, ପ୍ରେମଶିଳା ପ୍ରଧାନ ଏବଂ ୪ବର୍ଷର ଶିଶୁପୁତ୍ର ଆୟୁଷ ପ୍ରଧାନ। ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଁଚି ଆହତମାନଙ୍କୁ ଉଦ୍ଧାର କରି ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଛି। ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ 108 ଆମ୍ବୁଲାନ୍‌ସ ଯୋଗେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ପରେ ପରେ ସେଠାରୁ 3 ଜଣଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନା ନିଆଯାଇଛି। ସ୍ଥାନୀୟ ଆଇଆଇସି ନରେଶ କୁମାର ସାହୁ ଖବର ପାଇ ଘଟଣାସ୍ଥଳରେ ପହଁଚି ତଦନ୍ତ କରିବା ସହ ଏକ ମାମଲା ରୁଜୁ କରିଥିବା ସୂଚନା ମିଳିଛି।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ