ନୂଆ ଦେଶଗୁଡିକୁ ଅନ୍ତଃରାଷ୍ଟ୍ରୀୟ ସ୍ପିଡ ପୋଷ୍ଟ ସେବା

21

ନୂଆଦିଲ୍ଲୀ, ୧୮/୯ : ବୋସନିଆ ଓ ହର୍ଜିଗୋଭିନା, ବ୍ରାଜିଲ, ଇକ୍ଵାଡୋର, କଜାଖସ୍ତାନ, ଲିଥୁଆନିଆ ଏବଂ ଉତ୍ତର ମେସିଡୋନିଆ ଦେଶଗୁଡିକୁ ଅନ୍ତଃରାଷ୍ଟ୍ରୀୟ ସ୍ପିଡ ପୋଷ୍ଟ (ଇଏମଏସ) ସେବା ଆରମ୍ଭ ଲାଗି ଡାକ ବିଭାଗ ଘୋଷଣା କରିଛି । ଇଏମଏସ ବା ଏକ୍ସପ୍ରେସ ମେଲ ସର୍ଭିସ ହେଉଛି ଏକ ପ୍ରମୁଖ ସେବା ଯାହା ଗ୍ରାହକଙ୍କୁ ଶୀଘ୍ର ଦସ୍ତାବିଜ ପଠାଇବା ପାଇଁ ସୁବିଧା ପ୍ରଦାନ କରିଥାଏ ଏବଂ ଗ୍ରାହକ ଇଣ୍ଟରନେଟ ମାଧ୍ୟମରେ ଦସ୍ତାବିଜ ପହଞ୍ଚିବାର ସ୍ଥିତି ମଧ୍ୟ ଜାଣି ପାରିବେ ।

ଏହି ସୁବିଧା ଦ୍ଵାରା ଉକ୍ତ ଦେଶଗୁଡିକରେ ରହୁଥିବା ଲୋକଙ୍କ ସହିତ ସମ୍ପର୍କ ଦୃଢୀଭୂତ ହେବ । ଇଏମଏସ ସେବା କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟୀଙ୍କ ପାଇଁ ଏକ ଲୋକପ୍ରିୟ ମାଧ୍ୟମ ହୋଇଥିବାରୁ ବ୍ୟବସାୟରେ ମଧ୍ୟ ବୃଦ୍ଧି ହେବ । ଏହି ଦେଶଗୁଡିକୁ ଇଏମଏସ ସେବା ଦେଶର ପ୍ରମୁଖ ଡାକଘରମାନଙ୍କରେ ଏଣିକି ଉପଲବ୍ଧ ହେବ । (ସ୍ରୋତ-ପିଆବି)