Sunday, November 15, 2026
Home ଆଞ୍ଚଳିକ ଲକ୍ଷ୍ମଣପଲ୍ଲୀ ରେ ରାଜଶ୍ରୀ ବଳାସୀ ସମାଜର କେନ୍ଦ୍ରୀୟ ସଭାଗୃହ ଉଦଘାଟନ ଉତ୍ସବ

ଲକ୍ଷ୍ମଣପଲ୍ଲୀ ରେ ରାଜଶ୍ରୀ ବଳାସୀ ସମାଜର କେନ୍ଦ୍ରୀୟ ସଭାଗୃହ ଉଦଘାଟନ ଉତ୍ସବ

29

ପୋଲସରା, ୦୪-୧୧-୨୦୨୦(ଜିଲ୍ଲା ଖବର):ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଲକ୍ଷ୍ମଣପଲ୍ଲୀ ଗ୍ରାମରେ ନଭେମ୍ବର ୦୪ ତାରିଖ ଦିନ ରାଜଶ୍ରୀ ବଳାସୀ ସମାଜର କେନ୍ଦ୍ରୀୟ ସଭାଗୃହର ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ରାଜଶ୍ରୀ ବଳାସୀ ସମାଜର ନୂତନ ଭାବେ ନିର୍ମିତ କେନ୍ଦ୍ରୀୟ ସଭାଗୃହକୁ ଉଦଘାଟନ କରି ଥିବା ବେଳେ ମୁଖ୍ୟ ଅତିଥି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ଵାଇଁ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଅନୁଷ୍ଠିତ ସଭାରେ ସମାଜର ସଭାପତି ମଙ୍ଗୁଳୁ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଉପସଭାପତି ଦୀନବନ୍ଧୁ ସାହୁ, ସମ୍ପାଦକ ଚନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ରାଜଶ୍ରୀ ବଳାସୀ ସମାଜର ବିଭିନ୍ନ ଅଞ୍ଚଳର କର୍ମକର୍ତ୍ତା ଓ ସମାଜ ଭାଇମାନେ ଯୋଗଦେଇଥିଲା ବେଳେ ଏହି କାର୍ଯ୍ୟକ୍ରମକୁ ଲୁଲୁ ପ୍ରଧାନ, ନାରାୟଣ ସାହୁ ଏବଂ ମନୋଜ ସାହୁ ସହଯୋଗ କରିଥିଲେ ।
ରିପୋର୍ଟ : ଡ଼ଃ. କୁମୁଦ ଚନ୍ଦ୍ର ବେହେରା