
ବାଲିଗୁଡା,୦୪-୧୧-୨୦୨୦-(ଜିଲ୍ଲା ଖବର): କନ୍ଧମାଳ ଜିଲ୍ଲା ରେ ବାଲିଗୁଡା ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ ଙ୍କ ମିଳିତ ଉଦ୍ୟମରେ ୦୩-୧୧-୨୦୨୦ ରେ ସାଲାଗୁଡା ଜିପି ଅଞ୍ଚଳ ଅନ୍ତର୍ଗତ ନାରାଗାଓଁ ଏବଂ ସାଲାଗୁଡା ଅଞ୍ଚଳ ରେ ବେ ଆଇନ ଭାବେ ଗଞ୍ଜାଇ ଚାଷ ହେଉଥିଲା | ବାଲାଗୁଡା ପୋଲିସର ସହିତ ଏକ୍ସାଇଜ୍ ଟିମ ମିଳିତ ଉଦ୍ୟମରେ ସେଠାରେ ପହଞ୍ଚି କଟର ମେସିନ ସାହାର୍ଯ୍ୟ ରେ ପ୍ରାୟ ୯୫ ଏକର ଜାଗାରେ ଲାଗିଥିବା ଗଞ୍ଜାଇ ଗଛ କୁ ଧ୍ୱଂସ କରିଥିଲେ | ଏହି କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି କହିଛନ୍ତି ବାଲିଗୁଡା ପୋଲିସ |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



