
ଜଟଣୀ,୪/୧୧(ଜିଲ୍ଲା ଖବର) : କରୋନା ଯୋଗୁଁ ୮ମାସ ହେଲା ଜଟଣୀରେ ବନ୍ଦ ଥିବା ଆହାର କେନ୍ଦ୍ର ମଙ୍ଗଳବାର ଖୋଲିଛି । ତହସିଲଦାର ତପନ କୁମାର ମହାପାତ୍ର, ପୌରନିର୍ବାହୀ ଅଧୁକାରୀ ଦିଲ୍ଲୀପ କୁମାର ମହାନ୍ତି ଓ ବିଡିଓ ସରୋଜ କୁମାର ରାଉତଙ୍କ ଉପସ୍ଥିତିରେ ପ୍ରଥମ ପର୍ଯ୍ୟାୟରେ ୧୦୦ଜଣ ବ୍ୟକ୍ତିଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଛି। ସପ୍ତାହକ ପରେ ୫ଶହ ମିଲର ବ୍ୟବସ୍ଥା କରାଯିବ ବୋଲି ଜଣାଯାଇଛି । ଏହି ଆହାର କେନ୍ଦ୍ର ପରିଚାଳନା ଦାୟିତ୍ଵ ନଟି ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି । ଅକ୍ଷୟପାତ୍ର ଫାଉଣ୍ଡେସନ ସହାୟତାରେ ରନ୍ଧାଖାଦ୍ୟ ଯୋଗାଇଦିଆଯାଉଥିଲା ବେଳେ ଏବେ ଟକ୍ଟ୍ରୋନ୍ ଫାଉଣ୍ଡେସନ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇଦିଆଯିବ ବୋଲି ଜିଲାପାଳଙ୍କ ନିର୍ଦ୍ଦେଶ ରହିଛି । ଆହାର କେନ୍ଦ୍ର ଖୋଲିବା ନେଇ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ
ନଟି ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠୀର
ସଦସ୍ୟମାନେ ଉପସ୍ଥିତ ରହିଥିଲେ ।
ମହାମାରୀ କରୋନା ସଂକ୍ରମଣ ଶ୍ରମିକ ଓ ଛଡ଼ାଇନେବା ପରେ ସେମାନଙ୍କୁ ସ୍ଵଳ୍ପଦରରେ ବିଭିନ୍ନ ବ୍ୟବସାୟୀଙ୍କ ଜୀବନଜୀବିକା ମଧାହ୍ନରେ ଭୋଜନ ଯୋଗାଉଥିବା ସରକାରଙ୍କ ଆହାର କେନ୍ଦ୍ରରେ ତାଲା ପଡ଼ିଯାଇଥିଲା । ଫଳରେ ଶ୍ରମ କରିବାକୁ ଆସୁଥିବା ଏହି ବର୍ଗର ଲୋକମାନେ ଭୋଜନ ନପାଇ ପ୍ରତିଦିନ ଆହାର କେନ୍ଦ୍ରରୁ ଫେରୁଥିଲେ.
୫ଟଙ୍କାରେ ଭାତ, ଡାଲମା ଓ ଆଚାର ସେମାନଙ୍କ ଗରିବ ସଂସାରକୁ ବହୁ ସହାୟ ହୋଇଥାଏ । ତେବେ ଏହା କରୋନା ଯୋଗୁଁ ବନ୍ଦ ହୋଇଯାଇଥିବାରୁ ସେମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏବେ ଆହାର କେନ୍ଦ୍ର ଖୋଲାଯାଇଥିବାରୁ ସେମାନେ ଏହାର ସୁବିଧା ନେଇପାରିବେ ବୋଲି ମତପ୍ରକାଶ ପାଇଥିଲା ।
ରିପୋର୍ଟ ସଞ୍ଜୀବ କୁମାର ।



